ବାରଣାସୀରେ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
- ବୈଶିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ କାଶୀ ଓ ଉତରପ୍ରଦେଶବାସୀଙ୍କ ଉଦ୍ୟମର କଲେ ପ୍ରଶଂସା
- ପୂର୍ବାଂଚଳର ଚିକିତ୍ସା କେନ୍ଦ୍ର ହେବ କାଶୀ : ପ୍ରଧାନମନ୍ତ୍ରୀ
- ମା’ ଗଙ୍ଗାନଦୀ ଓ କାଶୀର ସୌନ୍ଦର୍ଯ୍ୟ ଓ ପରିମଳ ଏକ ଆକାଂକ୍ଷିତ ବିଷୟ ଓ ଏହାକୁ ଦିଆଯାଉଛି ଅଗ୍ରାଧିକାର : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ସେ ଯେଉଁ କେତେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ଉଦ୍?ଘାଟନ କରିଛନ୍ତି ତାହା ମଧ୍ୟରେ ବି.ଏଚ.ୟୁରେ ଶହେ ଶଯ୍ୟା ବିଶିଷ୍ଟ ଏମ୍.ସି.ଏଚ. ଶାଖା, ଗୋଡୁଲିଆରେ ବହୁମୁଖୀ ଉଦ୍ୟାନ, ଗଙ୍ଗାନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ ରୋ ଭେଳା, ବାରଣାସୀ-ଗାଜିପୁର ରାଜପଥରେ ତିନିଥାକିଆ ‘୍ଲାଏଓଭର ବ୍ରିଜ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହିସବୁ ପ୍ରକଳ୍ପ ବାବଦରେ ୭୪୪କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଛଡା ଶ୍ରୀ ମୋଦୀ ପ୍ରାୟ ୮୩୯କୋଟି ଟଙ୍କାର ଅନେକ ପ୍ରକଳ୍ପ ଓ ପୂର୍ତ ବିଭାଗୀୟ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏଥିରେ ସିପେଟ, ଜଳଜୀବନ ମିଶନ ଅଧୀନରେ ୧୪୩ଟି ପ୍ରକଳ୍ପ ଓ କାରରିୟାଁନରେ ଆମ୍ବ ଓ ପନିପରିବା ସମନ୍ୱିତ ପ୍ୟାକ ହାଉସ ଅନ୍ତର୍ଭୁକ୍ତ । ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ କିଛି ମାସର ଭୟଙ୍କର କରୋନା ସଂକ୍ରମଣ ଅବସ୍ଥାର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଜଟିଳ ପରିସ୍ଥିତିର ଦମ୍ଭର ସାମ୍ନା କରିଥିବାରୁ କାଶୀ ଓ ଉତରପ୍ରଦେଶ ଜନସାଧାରଣଙ୍କ ଉଦ୍ୟମର ପ୍ରଶଂସା କରିଥିଲେ । କାଶୀର ପ୍ରଶାସନ ଓ ସମସ୍ତ କରୋନା ଯୋଦ୍ଧା ଯେପରି କାଶୀରେ ସମସ୍ତ ଆୟୋଜନ କରିଛନ୍ତି ତା’ର ପ୍ରଶଂସା କରିଥିଲେ । “ଏପରିକି ଅତ୍ୟନ୍ତ କଠିନ ପରିସ୍ଥିତିରେ କାଶୀ ଚୁପ ବସିଯାଇନାହିଁ କି କେବେ କ୍ଲାନ୍ତ ହୋଇନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କରୋନାର ଦ୍ୱିତୀୟ ଲହର ମୁକାବିଲା ସହ ପୂର୍ବରୁ ଜାପାନୀ ମସ୍ତିଷ୍କ ଜ୍ୱର ଯୋଗୁଁ ସୃଷ୍ଟି ହୋଇଥିବା ଆତଙ୍କର ତୁଳନା କରିଥିଲେ । ଏପରିକି ଚିକିତ୍ସା ସୁବିଧା ଓ ରାଜନୈତିକ ଇଚ୍ଛାଶକ୍ତି ବିନା ଅନେକ ଛୋଟ ଛୋଟ ସମସ୍ୟା ମଧ୍ୟ ବିଶାଳ ରୂପ ନେଇଥାଏ । ଆଜି ଉତର ପ୍ରଦେଶରେ ସବୁଠାରୁ ଅଧିକ ପରୀକ୍ଷା ଓ ଟିକାକରଣ ହୋଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉତରପ୍ରଦେଶରେ ଚିକିତ୍ସା ଭିତିଭୂମିର ଦୃତ ଉନ୍ନତି ନେଇ ବର୍ଣ୍ଣନା କରିଥିଲେ । ଗତ ଚାରିବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟାରେ ଚାରିଗୁଣ ବୃଦ୍ଧି ଘଟିଛି । ରାଜ୍ୟରେ କେତେକ ମେଡିକାଲ କଲେଜ ନିର୍ମାଣ ଶେଷ ଅବସ୍ଥାରେ ପହଂଚିଛି । ଶ୍ରୀ ମୋଦି ରାଜ୍ୟରେ ସ୍ଥାପିତ ହୋଇଥିବା ୫୫୦ଟି ଅମ୍ଳଜାନ କାରଖାନାରୁ ଆଜି (୧୫-୦୭-୨୦୨୧) ରେ ହିଁ ୧୪ଟିର ଉଦ୍ଘାଟନ ହେଉଥିବା ବିଷୟ କହିଥିଲେ । ରାଜ୍ୟ ସରକାର ଶିଶୁମାନଙ୍କ ସ୍ୱତନ୍ତ୍ର ଯତ୍ନ ପ୍ରକୋଷ୍ଠ(ଆଇସିୟୁ) ଓ ଅମ୍ଳଜାନ ବ୍ୟବସ୍ଥାରେ ଯେଉଁ ସୁଧାର ଆଣିଛନ୍ତି ଶ୍ରୀ ମୋଦୀ ତାହାର ପ୍ରଶଂସା କରିଥିଲେ । ନିକଟରେ ଘୋଷଣା କରାଯାଇଥିବା ୨୩ହଜାର କୋଟି ଟଙ୍କାର ପ୍ୟାକେଜ ଉତରପ୍ରଦେଶ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ । କାଶୀନଗରୀ ପୂର୍ବାଂଚଳରେ ଚିକିତ୍ସାର ଏକ ପେଣ୍ଠସ୍ଥଳୀ ହେବାକୁ ଯାଉଛି । କେତେକ ରୋଗର ଚିକିତ୍ସା ନିମନ୍ତେ ଜନସାଧାରଣଙ୍କୁ ଦିଲ୍ଲୀ ଓ ମୁମ୍ବାଇ ଯିବାକୁ ପଡିଥିବାବେଳେ, ବର୍ତମାନ ତାହା କାଶୀରେ ଉପଲବ୍ଧ ହେବ । ଉଦ୍?ଘାଟିତ କେତେକ ପ୍ରକଳ୍ପ ଯୋଗୁଁ ଚିକିତ୍ସା ଭିତିଭୂମିରେ କାଶୀ ପାଇଁ ଅଧିକ ସୁବିଧା ମିଳିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ପ୍ରକଳ୍ପ ଯୋଗୁଁ ପ୍ରାଚୀନ କାଶୀ ମହାନଗରୀ ବିକାଶ ରାସ୍ତାରେ ଅଗ୍ରସର ହେଲେ ମଧ୍ୟ ଏହାର ବିଶେଷତ୍ୱ ବଜାୟ ରହିବ । ରାଜରାସ୍ତା, ‘୍ଲାଇଓଭର, ରେଳ ଓଭରବ୍ରିଜ, ଭୂତଳ ୱେରିଂ, ଆବର୍ଜନା ନିଷ୍କାସନ, ପାନୀୟଜଳ ସୁବିଧା, ପର୍ଯ୍ୟଟନ ବିକାଶ ପ୍ରତି ସରକାର ବେଶ ଧ୍ୟାନ ଦେଉଛନ୍ତି । “ଏବେ ମଧ୍ୟ ୮ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା ବାବଦ କାର୍ଯ୍ୟ ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ପରିସ୍କାର ପରିଚ୍ଛନ୍ନତା, ଗଙ୍ଗା ଓ କାଶୀର ସୌନ୍ଦର୍ଯ୍ୟ ବିକାଶ ସବୁବେଳେ ଅଗ୍ରାଧିକାର ପାଇବ । ସେ ଦୃଷ୍ଟିରୁ ରାସ୍ତା, ବର୍ଜ୍ୟବସ୍ତୁ, ପରିଚାଳନା, ଉଦ୍ୟାନ ଓ ଘାଟର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ପଂଚକୋଶୀ ମାର୍ଗକୁ ଚଉଡା କରିବା ସହ ବାରଣାସୀ-ଗାଜିପୁର ରାସ୍ତାରେ ପୋଲ ଅନେକ ଗ୍ରାମ ଓ ସହରବାସୀଙ୍କ ପାଇଁ ସୁବିଧା ହେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରର ବିଭିନ୍ନ ସ୍ଥାନରେ ସ୍ଥାନିତ ବୃହତ୍ ଏଲଇଡି ସ୍କ୍ରିନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଘାଟରେ ଲଗାଯାଇଥିବା ସୂଚନା ‘ଳକ କାଶୀର ପର୍ଯ୍ୟଟକଙ୍କ ନିମନ୍ତେ ସହାୟତା ହେବ । ଏଲଇଡି ସ୍କ୍ରିନ ଜରିଆରେ କାଶୀର ଇତିହାସ, କଳା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ସୂଚନା ଭକ୍ତମାନଙ୍କ ନିମନ୍ତେ ବେଶ୍ ଉପକାରୀ ହେବ । ଘାଟରେ ଓ କାଶୀ ବିଶ୍ୱନାଥ ମନ୍ଦିରରେ ଆରତି ମହାନଗରର ବିଭିନ୍ନ ସ୍ଥାନରେ ଥିବା ଏଲଇଡି ସ୍କ୍ରିନରେ ଜନସାଧାରଣ ଦର୍ଶନ କରିବାର ଅନୁଭୂତି ପାଇବେ । ଉଦ୍?ଘାଟିତ ହୋଇଥିବା ରୋ ରୋ ସେବା ଓ ରୁଦ୍ରାକ୍ଷ କେନ୍ଦ୍ର ପର୍ଯ୍ୟଟକଙ୍କ ନିମନ୍ତେ ବେଶ୍ ଉପକାରୀ ହେବ । ପ୍ରଧାନମନ୍ତ୍ରୀ କାଶୀକୁ ଆଧୁନିକ ଯୁଗରେ ଶିକ୍ଷାର ଏକ କେନ୍ଦ୍ରଭାବେ ବିକଶିତ କରାଯାଉଥିବା ପ୍ରକାଶ କରିଛନ୍ତି । ଆଜି କାଶୀରେ ଆଦର୍ଶ ବିଦ୍ୟାଳୟ, ଆଇଟିଆଇ ଓ ସେହିପରି ଅନେକ ଅନୁଷ୍ଠାନ ମାନ ରହିଛି । ଜ୍ଞାନକୌଶଳ ଓ ବୈଷୟିକ ସହଯୋଗ ସିପେଟ୍ କେନ୍ଦ୍ରକୁ ମିଳିବା ‘ଳରେ ସେ ଅଂଚଳରେ ଶିଳ୍ପକ୍ଷେତ୍ରରେ ବିକାଶ ଘଟିବ । ଉତର ପ୍ରଦେଶ ଖୁବ୍ ଶୀଘ୍ର ଏକ ଅଗ୍ରଣୀ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉତରପ୍ରଦେଶ ଯାହା କି କିଛି ବର୍ଷ ପୂର୍ବରୁ ବ୍ୟବସାୟ ପାଇଁ ଅନୁପଯୁକ୍ତ ମନେ ହେଉଥିଲା, ଆଜି ମେକ୍?ଇନ ଇଣ୍ଡିଆର ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି । ଭିତିଭୂମି ବିକାଶ ଦିଗରେ ଅସାଧାରଣ ନୈପୁଣ୍ୟ ଯୋଗୁଁ ସେ ଯୋଗୀ ସରକାରଙ୍କୁ ତାହାର ଶ୍ରେୟ ଦେଇଥିଲେ । ଶ୍ରୀ ମୋଦୀ ପ୍ରତିରକ୍ଷା କରିଡର, ପୂର୍ବାଂଚଳ ଏକ୍ସପ୍ରେସ ୱେ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଗୋରଖପୁର ଲିଙ୍କ ଏକ୍ସପ୍ରେସ ୱେ ଓ ଗଙ୍ଗା ଏକ୍ସପ୍ରେସ ୱେ ଭଳି କେତେକ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ କୃଷି ଭିତିଭୂମି ବିକାଶ ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇଛି ଯାହାକି କୃଷି ଭିତିଭୂମିକୁ ଅତ୍ୟାଧୁନିକ କରିବା ସହ କୃଷି ବଜାର ନିମନ୍ତେ ମଧ୍ୟ ଉପକାରୀ ହେବ । ଉତରପ୍ରଦେଶର ସଦ୍ୟ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆଗରୁ ମଧ୍ୟ ଯୋଜନା କରାଯାଇ ଅର୍ଥ ଆବଂଟନ କରାଯିବା ସତ୍ୱେ ତାହା ଲକ୍ଷ୍ନୌରେ ଅଟକି ଯାଉଥିଲା ବୋଲି କହିଛନ୍ତି । ଯେପରି ବିକାଶର ସୁ‘ଳ ସମସ୍ତଙ୍କ ନିକଟରେ ପହଂଚିବ, ସେଥିପାଇଁ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ କରୁଥିବା ଉଦ୍ୟମରେ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତରପ୍ରଦେଶରେ ଆଇନର ଶାସନ ଚାଲିଛି । ଆଗରୁ ଯେପରି ମା‘ିଆରାଜ ଓ ଆତଙ୍କବାଦ ଅନିୟନ୍ତ୍ରିତ ରହିଥିଲା ତାହା ହେବ ଆଇନର ପରିଧି ମଧ୍ୟରେ ରହିଛି । ଆଗରୁ ଯେପରି ମାତାପିତା ସେମାନଙ୍କ ଝିଅ ଉଭଣୀମାନଙ୍କ ନିରାପତା ନେଇ ଚିନ୍ତିତ ରହୁଥିଲେ ସେ ପରିସ୍ଥିତିର ଏବେ ପରିବର୍ତନ ଘଟିଛି । ବର୍ତମାନ ଉତରପ୍ରଦେଶରେ ଲୋକମାନେ ବିଭିନ୍ନ ଯୋଜନାର ସୁବିଧା ହାସଲ କରିପାରୁଛନ୍ତି । ୟୁପିରେ ନୂତନ ଶିଳ୍ପସଂସ୍ଥା ସେମାନଙ୍କ ପୁଞ୍ଜିନିବେଶ କରୁଛନ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶେଷରେ କରୋନା ଯେପରି ପୁଣି ନିଜର କାୟାବିସ୍ତାର ନ କରେ ସେଥିପ୍ରତି ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଉତରପ୍ରଦେଶବାସୀଙ୍କୁ ଚେତାଇ ଦେଇଥିଲେ । ଯେକୌଣସି ଅବହେଳା ଏକ ବଡ ଲହର ଆଣିପାରେ । ପ୍ରତ୍ୟେକ ବ୍ୟକ୍ତି କରୋନା ମାର୍ଗଦର୍ଶିକା ପାଳନ କରିବା ସହ “ଟିକା ସମସ୍ତଙ୍କ ପାଇଁ, ସମସ୍ତଙ୍କ ପାଇଁ ମାଗଣା “ ଅଭିଯାନରେ ଟିକା ନେବାକୁ ନିବେଦନ କରିଥିଲେ ।