ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍କୁ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଟେଷ୍ଟିଂ, ଟ୍ରାକିଂ ଓ ଉପଚାର ଉପରେ ଧ୍ୟାନ ଦେବାକୁ ପରାମର୍ଶ
ନୂଆଦିଲ୍ଲୀ : ଟେଷ୍ଟିଂ ଟ୍ରାକିଂ ଏବଂ ଉପଚାର ତଥା କୋଭିଡ ପରିଚାଳନା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମାନଙ୍କ ସହ କୋବିଡ ପରିସ୍ଥିତିକୁ ନେଇ ବୈଠକ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କୋବିଡ ଆପ୍ରୋପ୍ରିଏଟ ବିହେବିୟର ଉପରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ । ସେ କହିଛନ୍ତି ଯେ ଆଗାମୀ ୧୧ ଏପ୍ରିଲ ଜ୍ୟୋତିବା ଫୁଲେ ଜୟନ୍ତୀ ଓ ୧୪ ତାରିଖ ଦିନ ବାବା ସାହେବ ଜୟନ୍ତୀ । ଏହି ତିନି ଦିନ ଟିକା ଉତ୍ସବ ପାଳନ କରିବାକୁ ସେ ଅପିଲ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଟୀକା ପ୍ରଦାନ କରିବା କାମ କରିବାକୁ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଟୀକା ଉତ୍ସବରେ ଆମେ କିପରି ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କୁ ଅର୍ଥାତ ୪୫ବର୍ଷରୁ ଉର୍ଧ ଲୋକଙ୍କୁ ଟୀକା ଦେଇ ପାରିବା ସେ ନେଇ ପ୍ରୟାସ କରିବା ଉଚିତ । ସେ ଯୁବକ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଯେ ଆଖ ପାଖର ୪୫ ବର୍ଷରୁ ଉର୍ଧ ଲୋକଙ୍କୁ ଟୀକା କରଣ କରାଇବାରେ ସେମାନେ ସହଯୋଗ କରନ୍ତୁ ।
ସେ ରାଜ୍ୟପାଳ ସଂସ୍ଥାର ବ୍ୟବହାର ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନେକ କାମ ଥିବାରୁ ରାଜ୍ୟପାଳ ଧାର୍ମିକ ଗୁରୁ, ସହରାଂଚଳ ଓ ଗ୍ରାମାଂଚଳର ଲୋକ ପ୍ରତିନିଧି ମାନଙ୍କ ସହ ଆଭାସୀ ମାଧ୍ୟମରେ କଥାବାର୍ତା କରି ଏ ସମ୍ପର୍କରେ ସଚେତନତା କରାଇବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଏ ବାବଦରେ ରାଜନୀତିରୁ ଉର୍ଧରେ ଉଠି ସର୍ବଦଳୀୟ ବୈଠକ ଡାକି କାମ କରିବାକୁ ଆହ୍ୱାନ ଜଣାଇଛନ୍ତି । ସେ ଟୀକାକରଣ ଅପେକ୍ଷା ପରୀକ୍ଷଣ ଉପରେ ଜୋର ଦେଇଛନ୍ତି । ଆମେ ପରୀକ୍ଷା ଅଧିକ ସଂଖ୍ୟ।।ରେ କରି ଏହା ଉପରେ ନିୟନ୍ତ୍ରଣ କରି ପାରିଥିଲେ । ସେତେବେଳେ ଟୀକା ଆସି ପାରିବ କି ନାହିଁ ସେ ବିଷୟରେ ମଧ୍ୟ ଜଣା ନ ଥିଲେ । ସେ ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରଟୋକଲ ମାନିବାକୁ ପରାମର୍ଶ ଦେଇଥିଲେ ।