ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ଟ୍ୱିଟ ପ୍ରତ୍ୟୁତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;“ଷ୍ଟାର୍ଟଅପଗୁଡିକ କେବଳ ନିଜ ଅଭିନବ ଉତ୍ସାହ ପାଇଁ ନୁହେଁ ବରଂ ସେଗୁଡିକୁ ନିର୍ମାଣ କରୁଥିବା ବ୍ୟକ୍ତିମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ପାଇଁ ମଧ୍ୟ ଆକର୍ଷକ । ଆମର ଷ୍ଟାର୍ଟଅପ ଶବ୍ଦରେ ଯୁବ ଶକ୍ତିର ଭାବନା ନିହିତ ରହିଛି ଉଦ୍ୟୋଗୀମାନଙ୍କୁ ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଆହ୍ୱାନ କରୁଛି I