ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
କେନ୍ଦୁଝର : ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଏଭଳି ଆଦେଶ ଦେଇଛନ୍ତି କେନ୍ଦୁଝର ଏଡିଜେ କମ ସ୍ପେସାଲ ଜଜ୍ ଶୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ । ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି ଏଡିଜେ କମ୍ ସ୍ପେସାଲ ଜଜ୍ ।
ତେବେ ଜୋରିମାନା ନଦେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ ସହ ପୀଡ଼ିତାଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୫ ମସିହା ତେଲକୋଇ ଥାନା ରାମଚନ୍ଦ୍ରପୁର ଗାଁର ଜଣେ ନାବାଳିକା ଜଙ୍ଗଲକୁ ଛେଳି ଚରେଇବାକୁ ଯାଇଥିବା ବେଳେ ଓରିଆ ଗାଁର ପୂର୍ଣ୍ଣ ମହାନ୍ତ ତାଙ୍କୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ୧୨ ଜଣ ସାକ୍ଷୀଙ୍କ ପ୍ରମାଣ ତଥା ଦୁଇ ଜଣ ତଦନ୍ତକାରୀ ପୋଲିସ ଅଫିସରଙ୍କ ତଥ୍ୟକୁ ଆଧାର କରି କେନ୍ଦୁଝର ଏଡିଜେ ଏହି ରାୟ ରାୟ ଶୁଣାଇଥିବା ସାମ୍ନାକୁ ଆସିଛି ।