ଏହି ଗାଁର ଲୋକଙ୍କୁ ଅଧିକ ଆସିଥାଏ ନିଦ, ଚାଲୁ ଚାଲୁ ଶୋଇପଡ଼ନ୍ତି
ଯେତେବେଳେ ପ୍ରବଳ ନିଦ ଆସେ । ଜଣେ ବ୍ୟକ୍ତି ସବୁକିଛି କାମ ଛାଡ଼ି ଶୋଇବାକୁ ପସନ୍ଦ କରେ । କେହି କେହି ୨ରୁ ୪ ଘଣ୍ଟା ଶୋଇବା ପରେ ଉଠନ୍ତି । ଆଉ କେହି କେହି ସାତ-ଆଠ ଘଣ୍ଟା ଶୋଇଥା’ନ୍ତି । କିନ୍ତୁ କାଜାଖସ୍ତାନରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଚାଲିବା ସମୟରେ ଶୋଇଥା’ନ୍ତି । କେବଳ ଏତିକି ନୁହେଁ, ଶୋଇବା ପରେ ସେମାନେ ଅନେକ ଦିନ ଏପରି ଶୋଇରହିଥାନ୍ତି ।
ବାସ୍ତବରେ, କାଜାଖସ୍ତାନର କଲାଚି ନାମକ ଏହି ଗାଁରେ ଲୋକମାନେ ଏହିପରି ଶୋଇଥାନ୍ତି ଏବଂ ଏତେ ଶୋଇଥା’ନ୍ତି ଯାହାକୁ କେହି କଳ୍ପନା କରିପାରନ୍ତି ନାହିଁ । ଉତ୍ତର କାଜାଖସ୍ତାନରେ ଅବସ୍ଥାପିତ ଏହି ଗାଁର ଲୋକମାନେ ରହସ୍ୟମୟ ଭାବରେ ଶୋଇବା ରୋଗରେ ପୀଡିତ । ଯେତେବେଳେ ଏହି ଲୋକମାନେ ଥରେ ଶୋଇପଡନ୍ତି । ସେମାନେ ଅନେକ ଦିନ ଏବଂ ମାସ ପର୍ଯ୍ୟନ୍ତ ଉଠନ୍ତି ନାହିଁ । ୨୦୧୦ ମସିହାରେ କାଲାଚି ଗାଁରୁ ଅନେକ ଦିନ ଶୋଇବାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । କିଛି ପିଲା ହଠାତ୍ ବିଦ୍ୟାଳୟରେ ପଡ଼ି ଶୋଇପଡିଲେ । ଏହା ପରେ ଏହି ରୋଗରେ ପୀଡିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ସେବେଠାରୁ ବିଶ୍ୱର ଅନେକ ବୈଜ୍ଞାନିକମାନେ ଏହି ଗାଁ ଉପରେ ଗବେଷଣା କରୁଛନ୍ତି ।
ଏପର୍ଯ୍ୟନ୍ତ ଡାକ୍ତର ଏବଂ ବୈଜ୍ଞାନିକମାନେ ମଧ୍ୟ ଏହି ରୋଗ ଚିହ୍ନିବା ପାଇଁ ସକ୍ଷମ ହୋଇନାହାଁନ୍ତି । ଲୋକମାନେ ଏତେ ଦିନ ପର୍ଯ୍ୟନ୍ତ କିପରି ଶୋଇରହୁଛନ୍ତି ? ତାହା ରହସ୍ୟ ଘେରରେ ରହିଛି । ଯଦିଓ ଡାକ୍ତରମାନେ କହିଛନ୍ତିଯେ, ଏଠାରେ ଦୂଷିତ ଜଳ ହେତୁ ଏହା ଘଟୁଛି । ଏହି କାରଣ ଯୋଗୁଁ ଏହି ଗାଁକୁ ବର୍ତ୍ତମାନ ‘ସ୍ଲିପ୍ ହୋଲ୍’ ମଧ୍ୟ କୁହାଯାଏ । କଲାଚି ଗାଁର ଜନସଂଖ୍ୟା ପ୍ରାୟ ୬୦୦ । ଏହି ଗାଁର ପ୍ରାୟ ୧୪ % ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଏହି ଗାଁର ଲୋକମାନଙ୍କ ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଯେଉଁମାନଙ୍କର ଏହି ରୋଗ ଅଛି ।
ସେମାନେ ଜାଣନ୍ତି ନାହିଁଯେ, ସେମାନେ ଶୋଇଛନ୍ତି । ଏହାର ଅର୍ଥ ହେଉଛିଯେ, ଏହି ରୋଗରେ ପୀଡ଼ିତ ଲୋକମାନେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଶୋଇପଡ଼ିବେ । ଏହାପରେ ସେମାନେ ଅନେକ ଦିନ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି । କାଜାଖସ୍ତାନର ଏହି ଗାଁ ନିକଟରେ ଏକ ୟୁରାନିୟମ୍ ଖଣି ଥିଲା । ଯାହା ବର୍ତ୍ତମାନ ବନ୍ଦ ଅଛି । ଏହି ଖଣିରେ ବିଷାକ୍ତ ବିକିରଣ ଘଟୁଥିଲା । ରିପୋର୍ଟ ଅନୁଯାୟୀ, ଏହି ଖଣି ଯୋଗୁଁ ଲୋକମାନେ ଏପରି ଅଜବ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତଥାପି, ଏହି ଗାଁରେ ଏପର୍ଯ୍ୟନ୍ତ କୌଣସି ପରିମାଣର ବିକିରଣ ନାହିଁ ।