ଚଳନ୍ତା ଟ୍ରେନ୍ରୁ ଖସିପଡିଲେ ଯାତ୍ରୀ, ଉଦ୍ଧାର କଲେ ଆରପିଏଫ ଯବାନ
ମୁମ୍ବାଇ : କଥାରେ ଅଛି ରଖେ ହରି ମାରେ କିଏ ? ଏହି କଥା ଏବେ ଉକ୍ତ ଘଟଣାକୁ ଦେଖି ସଭିଏଁ ଭାବିଛନ୍ତି। ମୁମ୍ବାଇର ବେରିବଲୀ ରେଳ ଷ୍ଟେସନର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଏକ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଖସି ପଡ଼ିଲେ। ସେହି ସମୟରେ ଟ୍ରେନଟି ଗତିଶୀଳ ଅବସ୍ଥାରେ ଥିଲା। ବ୍ୟକ୍ତି ଜଣଙ୍କ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ବ୍ୟବଧାନ ହେବା ଫଳରେ ସେ ଖସିପଡିଥିଲେ। ସେହି ସମୟରେ ରେଲୱେ ପୁଲିସ (ଆପିଏଫ)ର ଜଣେ ଯବାନ ଏହା ନଜରକୁ ଆସିବା ମାତ୍ରେ ସେ ଦୌଡି ଯାଇ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାଟି ୨୯ ଜୁନର ବୋଲି ଜଣାପଡିଛି। ଉକ୍ତ ଯବାନଙ୍କୁ ଆଉ ଜଣେ ବ୍ୟକ୍ତି ମଧ୍ୟ ସାହାଯ୍ୟ କରୁଥିବା ଦେଖାଯାଉଛି। ମାତ୍ର ଚଳନ୍ତା ଟ୍ରେନରୁ ଏଭଳି ଭାବେ ଓହ୍ଲାଇବା ଓ ଚଢିବା ଜୀବନପ୍ରତି ସମ୍ପୂର୍ଣ୍ଣ ବିପଦ। ତେଣୁ ଏଭଳି ନକରିବାକୁ ବାରମ୍ବାର କୁହାଯାଉଛି।
#WATCH | An RPF constable saved life of a passenger who fell while trying to get down from a running at Mumbai's Borivali Railway Station on June 29. The passenger was dangerously close to the gap between the train & platform when the constable pulled him away: Central Railway pic.twitter.com/AVnYIwNQ7y
— ANI (@ANI) July 1, 2021
ମୁମ୍ବାଇର ବୋରିଭାଲି ଷ୍ଟେସନରେ ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରୁଥିବା ବେଳେ ଆରପିଏଫ ଯବାନଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ୧୫ ସେକେଣ୍ଡର ଏହି ଭିଡିଓରେ ଯବାନଙ୍କ ସାହସିକତା ଦେଖିବାକୁ ମିଳିଛି । ଷ୍ଟେସନରେ ଯେତେବେଳେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଖସିପଡୁଛନ୍ତି, ଆରପିଏଫ୍ ଯବାନ ଜଣଙ୍କ ଦୌଡି ଆସି ତାଙ୍କୁ ପ୍ଲାଟଫର୍ମ ଆଡକୁ ଟାଣିଆଣୁଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଟ୍ରେନ୍ ଯେତେବେଳେ ପ୍ଲାଟଫର୍ମରେ ପହଞ୍ଚୁଛି ସେହି ସମୟରେ ଦ୍ରୁତ ଗତିରେ ଥିବା ଟ୍ରେନ୍ ରୁ ପ୍ଲାଟଫର୍ମ ଉପରକୁ ଖସିପଡୁଛନ୍ତି । ପ୍ଲାଟଫର୍ମରୁ ତଳକୁ ଖସୁ ଖସୁ ବ୍ୟକ୍ତି ଜଣଙ୍କ ରକ୍ଷା ପାଇଯାଇଥିଲେ । ସେଠାରୁ ତାଙ୍କୁ ଆରପିଏଫ ଯବାନ ଜଣଙ୍କ ଟାଣି ଆଣିଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ଆରପିଏଫ ଯବାନଙ୍କୁ ପ୍ରଶଂସା କରାଯାଉଛି। ଭିଡିଓରେ ଆରପିଏଫ୍ ଯବାନଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ ଆସିଥିବା ଦେଖିବାକୁ ମିଳିଛି । ଚଳନ୍ତା ଟ୍ରେନରେ ରେ ଠିଆ ହେବା କିମ୍ବା ଚଳନ୍ତା ଟ୍ରେନରେ ଓହ୍ଲାଇବାକୁ ଚେଷ୍ଟା କରିବା ସାଂଘାତିକ ହୋଇପାରେ । ଲୋଖମାନେ ଶୀଘ୍ର ଓହ୍ଲାଇବା ଚକ୍କରରେ ଚଳନ୍ତା ଟ୍ରେନରୁ ଓହ୍ଲାଇ ଦୁର୍ଘଟଣାର ଶିକାର ହୁଅନ୍ତି । ଚଳନ୍ତା ଟ୍ରେନରୁ ଓହ୍ଲାଇବା ଯେ କେତେ ବିପଜ୍ଜନକ ହୋଇପାରେ ଏହି ଭିଡିଓ ତାର ଜ୍ବଳନ୍ତ ଉଦାହରଣ । ପ୍ରାୟତଃ ଆମେ ଏପରି ଅନେକ ଭିଡିଓ ଦେଖୁ ଯେଉଁଥିରେ ଲୋକମାନେ ଏହିପରି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥାନ୍ତି । ଏହିପରି ଘଟଣାରୁ ଆମେ ଶିଖିବା ଉଚିତ ଯେ, ଚଳନ୍ତା ଟ୍ରେନରେ ଓହ୍ଲାଇବାକୁ କିମ୍ବା ଚଢିବାକୁ ଚେଷ୍ଟା ନକରିବାକୁ ଉଚିତ ।