ଏଣିକି ରାସ୍ତାରୁ ହଟିବ ପୁରୁଣା ଡିଜେଲ୍ ବସ୍ !
ନୂଆଦିଲ୍ଲୀ : ଖୁବଶୀଘ୍ର ରାସ୍ତାରୁ ହଟିପାରେ ପୁରୁଣା ଡିଜେଲ ବସ୍ । ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୩୨ ହଜାର ପୁରୁଣା ବସ୍ ହଟାଇ ସେହି ସ୍ଥାନରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରାଯିବ ।
ସଡକ ପରିବହନ ମନ୍ତ୍ରାଳୟର ଆକଳନ ଅନୁସାରେ ୨୫ଟି ରାଜ୍ୟ ପରିବହନ ସଂସ୍ଥା ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ୩୨,୦୬୨ଟି ବସ୍ ରହିଛି । ଚିଠା ବିଜ୍ଞପ୍ତି ହିସାବରେ ୧୫ ବର୍ଷରୁ ଅଧିକ ପୁରୁଣା ବସର ଆଉ ନବୀକରଣ ହେବ ନାହିଁ । ନିତି ଆୟୋଗ ଏକ ଏକକ ପ୍ରକ୍ୟୁରମେଣ୍ଟ୍ ପୋର୍ଟାଲ ପ୍ରସ୍ତୁତ କରି ସେଥିରେ ସମସ୍ତ ଅଂଶୀଦାରଙ୍କୁ ଯୋଡିଛି । ସେହି ପୋର୍ଟାଲ ଜରିଆରେ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକତା, ହାଇଦ୍ରାବାଦ୍ ଓ ସୁରଟ ୫, ୪୫୦ ଇଲେକ୍ଟ୍ରିକ୍ ବସ୍ ମଗାଇଛନ୍ତି ।