ରାଜଧାନୀରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍ ଓ ଶଯ୍ୟା ସଂଖ୍ୟା
ଭୁବନେଶ୍ୱର : ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ। ପୂର୍ବରୁ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ଚୁକ୍ତି କରିଛି ବିଏମସି। କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ କୋଭିଡ ହସ୍ପିଟାଲରେ ୨୩୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସମ୍ କୋଭିଡ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୧୫୦ଟି ଶଯ୍ୟାର ସୁବିଧା ଥିଲା।
ରାଜଧାନୀରେ ଏବେ ମୋଟ କୋଭିଡ୍ ହସ୍ପିଟାଲ୍ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ଶଯ୍ୟା ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି। ଏହା ସହିତ ବିଏମ୍ସି ପକ୍ଷରୁ ପଟିଆ ଓ ଡୁମଡୁମା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂହ କହିଛନ୍ତି।