ଭାଙ୍ଗିଲା ରୂପ୍ସା ରେଳ ଜଙ୍କଶନର ଉତ୍ତର କେବିନ୍ ଗେଟ୍, ଦେଢ଼ଘଣ୍ଟା ଯାତାୟତ ଠପ୍
ବାଲେଶ୍ୱର : ବାଲେଶ୍ୱର ଜିଲା ରୂପ୍ସା ରେଳ ଜଙ୍କଶନର ଉତ୍ତରକେବିନ୍ ଠାରେ ଗୁରୁବାର ଗେଟ୍ ଭାଙ୍ଗି ପଡ଼ିବାରୁ ଦେଢ଼ଘଣ୍ଟା ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସକାଳ ସାଢ଼େ୮ଟା ସମୟରେ ଗେଟ୍ ପଡୁଥିବା ସମୟରେ ହଠାତ୍ ଭାଙ୍ଗି ପଡ଼ିଥିଲା । ଫଳରେ ଫାଟକ ଉଭୟ ପାଶ୍ୱର୍ରେ ଛାତ୍ରୀଛାତ୍ର, ରୋଗୀ ସମେତ ଜନସାଧାରଣ ଅଟକି ରହିଥିଲେ । ଷ୍ଟେଶନ ମ୍ୟାନେଜର ଡିକେ ମହାକୁଡ଼ ଖବରପାଇ ସିଗ୍ନାଲ ଷ୍ଟାଫଙ୍କୁ ତୁରନ୍ତ ତ୍ରୁଟି ସଜାଡ଼ିବାକୁ କହିଥିଲେ । ସିଗ୍ନାଲ ଷ୍ଟାଫ ପହଞ୍ôଚ ଭାଙ୍ଗିଯାଇଥିବା ଗେଟ୍କୁ ମରାମତି କରିବା ପରେ ଦିନ ୧୦ରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଗେଟ୍ ଉଠିବା ପରେ ଲୋକେ ଯାତାୟତ କରିଥିଲେ । ଗତ ମାର୍ଚ୍ଚ ୨୫ରେ ଏହି ରେଳ ଫାଟକରେ ତ୍ରୁଟି ଯୋଗୁଁ ସିଗ୍ନାଲ ନପାଇ ଅଧଘଣ୍ଟା ଧରି ଷ୍ଟେଶନର ଉଭୟ ପାଶ୍ୱର୍ରେ ୫ଟି ଟ୍ରେନ୍ ଅଟକି ରହିଥିଲା । ଏଠାରେ ପ୍ରସ୍ତାବିତ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବାକୁ ସାଧାରଣରେ ଦାବି ହୋଇଛି ।