ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ନୂତନ ଗୃହ ଉଦଘାଟିତ
ବୋରିଗୁମ୍ମା : ବ୍ଲକ ବି.ସିଂହପୁର ଠାରେ ଦେଶ ସ୍ୱାଧୀନତା ପୂର୍ବ ରୁ ରହିଥିବା ସର୍ବପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ବର୍ତ୍ତମାନ ନବୀକରଣ ହୋଇ ସେଠାରେ ଗୋଟିଏ ନୂତନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୃହ ହୋଇଯାଇଛି।ନୂତନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଗୃହ ଟି କୁ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ନରସିଂହ ଶତପଥୀ ଓ ସ୍ଥାନୀୟ ସରପଞ୍ଚ ରୁପା ମୁଦୁଲି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅରୁଣ କୁମାର ପାଢୀ ଯୋଗ ଦେଇଥିଲେ।ଏହି ବି.ସିଂହପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗୁଜୁନିଗୁଡା,ସେମଳାଗୁଡା ,ବେଣାଗାଁ,ସର୍ଗିଗୁଡ଼ା ନୂଆଗାଁ,ରଣସପୁର, ନାରୀଗାଁ, ରାଣିଗଡ଼ ପଞ୍ଚାୟତ ସହ ଦୁର୍ଗମ ଅଞ୍ଚଳ ଦୁଇ ଟି ପଞ୍ଚାୟତ ହରଡ଼ାଗୁଡା,ଚମ୍ପାପଦର ପଞ୍ଚାୟତ ବାସୀ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ପାଇଁ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୃହ ର ଶୁଭ ଉଦ୍ଘାଟନୀ କୁ ନେଇ ଅଞ୍ଚଳ ରେ ଖୁସିର ଲହରୀ ଖେଳିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ସମସ୍ତେ ଆଶା ପୋଷଣ କରିଛନ୍ତି।