୧୨ରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ମୋଗଲ ଗାର୍ଡେନ
ନୂଆଦିଲ୍ଲୀ : ପ୍ରସିଦ୍ଧ ମୋଗଲ ଗାର୍ଡେନ୍ ଆସନ୍ତା ୧୨ ରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ବର୍ଷକୁ ଥରେ ରାଷ୍ଟ୍ରପତି ଭବନ ପକ୍ଷରୁ ହେଉଥିବା ‘ରାଷ୍ଟ୍ରପତି ଭବନ ଉଦୟନୋତ୍ସବ’ – ‘ମୋଗଲ ଗାର୍ଡେନ୍’ ଫେବୃଆରୀ ୧୨ ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ (ସୋମବାର ବ୍ୟତୀତ) ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।
ଗତ ବର୍ଷ, କୋଭିଡ ମହାମାରୀର ଦ୍ୱିତୀୟ ଲହର ସମୟରେ ଲୋକପ୍ରିୟ ମୋଗଲ ଗାର୍ଡେନ୍ ଅଧା ରେ ବନ୍ଦ ହୋଇଯାଇଥିଲା | ରାଷ୍ଟ୍ରପତି ଭବନ ଅଧୀନରେ ଥିବା ୧୫ ଏକର ପରିମିତ ଅଂଚଳରେ ପ୍ରତିଷ୍ଠିତ ଏହି ମୋଗଲ ଗାର୍ଡେନ୍- ଜାମ୍ମୁ କାଶ୍ମୀର ର ମୋଗଲ ବଗିଚା, ତାଜମହଲ ଚାରିପାଖରେ ଥିବା ବଗିଚା ଏବଂ ଭାରତ ଏବଂ ପର୍ସିଆ ର ଛୋଟ ଛୋଟ ପେଣ୍ଟିଙ୍ଗ ଆଧାର ରେ ତିଆରି ହେଇଛି I
ରାଷ୍ଟ୍ରପତି ଭବନର ଯେପରି ଭାରତୀୟ ଏବଂ ପାଶ୍ଚାତ୍ୟ ସ୍ଥାପତ୍ୟର ଦୁଇଟି ଭିନ୍ନ ଶୈଳୀ କୁ ନେଇ ତିଆରି ହେଇଛି I ସେହିଭଳି ମୋଗଲ ବଗିଚାରେ ଦୁଇଟି ଭିନ୍ନ ଉଦ୍ୟାନ କୃଷି ପରମ୍ପରା ଅଛି I