କମିଶନରେଟ୍ ପୋଲିସ୍ ପକ୍ଷରୁ ‘କୁଣ୍ଡଳୀ’ ଓ ‘ସନ୍ଧାନ’ ଆପର ଶୁଭାରମ୍ଭ
ଭୁବନେଶ୍ୱର : ଆପ୍ରେ ମିଳିବ ଚୋରଙ୍କ ଡାଟା । ଏହାସହ ଚୋରି ସାମଗ୍ରୀ ସମ୍ପର୍କରେ ମଧ୍ୟରେ ତଥ୍ୟ ମିଳିବ । ଏଥିନେଇ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଂଚ କରାଯାଇଛି । ଗୁରୁବାର ଦିନ ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର ।
ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ଅପରାଧ ପଞ୍ଜିକା ରହିବ । ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ । ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳି’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍ ବ୍ୟବହାର କରିହେବ । ଭୁବନେଶ୍ୱର ଡିସିପି ଅଫିସରେ ଅପରେଟ ହେବ ଏହି ଆପ ।