ପଶ୍ଚିମା ଝଡ଼ର ପ୍ରଭାବ, କାଳବୈଶାଖି ଭାଙ୍ଗିଲା ଘର ଉଡ଼ିଲା ଛପର
କୋରାଇ : ଝଡ ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରେ ବର୍ଷା ପବନ ହୋଇଥିଲା । ଗରମରୁ ତ୍ରାହି ମିଳିଥିବା ବେଳେ ଗଛରେ ପତ୍ର କଅଁଳିବା ସହ ପାଣି ସମସ୍ୟାରୁ କିଛିଟା ମୁକ୍ତି ମିଳିଥିଲା । ପୁଶୁପକ୍ଷଙ୍କ ପାଇଁ ଖାଲ, ନାଳରେ ପାଣି ଜମିଥିଲା । ଆଜି ଅପରାହ୍ନ ୫.୪୫ରେ ହଠାତ୍ ପବନ ଆରମ୍ଭ ହୋଇଥିଲା । ଏହି ପବନ ଯୋଗୁ ଅନେକ ଘର ଭାଙ୍ଗିବା ସହ ଛପର ଉଡିଯାଇଥିଲା । ପରେ ପରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷାର ପ୍ରଭାବ ସେମିତି ବେଶି ନଥିବା ବେଳେ ଘଡଘଡି ବିଜୁଳି ଲାଗି ରହିଥିଲା । ବିଦ୍ୟୁତ ସରବରାହ ବନ୍ଦ ଯୋଗୁ ବହୁ ଅସୁବିଧା ଭୋଗିବାକୁ ପଡିଥିଲା । ୨୦ ନମ୍ବର ଜାତୀୟ ରାଜପଥ କଡ ଯାଜପୁର ବ୍ରିକ୍ସର ୫ଟି ଶ୍ରମିକ ଗୃହରୁ ଛପର ଉଡିଯିବା ସହ ଫ୍ୟାକ୍ଟ୍ରିର ଛପର ଉଡିଯାଇଛି । ଆଗକୁ ବୈଶାଖି ଝଡର ପ୍ରଭାବ ଥବାରୁ ଆଉ କଣ କ୍ଷତି ସବୁ ହେବ ସେ ଦିଗରେ ସଚେତନ ରହିବାର ଆବଶ୍ୟକତା ଦେଖାଦେଇଛି ।