ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ! ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ପଡ଼ିବ ଖରାପ ପ୍ରଭାବ

ଚଳିତ ବର୍ଷ ମେ ୫ରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେବ, ଯେଉଁଥିପାଇଁ ଏହାର ସୂତକ କାଳ ରହିବ ନାହିଁ । ଚନ୍ଦ୍ର ଗ୍ରହଣର ସୁତକ ଅବଧି ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ, ଯେଉଁଥିରେ ଅନେକ ପ୍ରକାରର କାର୍ଯ୍ୟ ନିଷେଧ ହୋଇଥାଏ ।
ବୁଦ୍ଧ ପୂର୍ଣ୍ଣିମାର ଚନ୍ଦ୍ର ଗ୍ରହଣ ରାତି ୮ଟା ୪୪ ରୁ ଆରମ୍ଭ ହୋଇ ମେ’ ୬ ତାରିଖ ଗୋଟାଏ ୧ ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ ଘଣ୍ଟା ୧୮ ମିନିଟ ହେବ। ଏହି ମହାଜାଗତିକ ଦୃଶ୍ୟ ଭାରତକୁ ଦୃଶ୍ୟମାନ ହେବ ନାହିଁ।
ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମିଥୁନ ରାଶିର ଲୋକଙ୍କ ଭାଗ୍ୟକୁ ଚମକାଇବାର କାମ କରିପାରେ । ଯେଉଁମାନେ ଏକ ନୂତନ ଚାକିରି ଖୋଜୁଛନ୍ତି, ସେମାନେ ସଫଳତା ପାଇବେ । ଚାକିରି କରୁଥିବା ବ୍ୟକ୍ତି ପଦୋନ୍ନତି ଓ ବେତନ ବୃଦ୍ଧିର ଲାଭ ପାଇପାରନ୍ତି । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବ୍ୟବସାୟ ସହିତ ଜଡିତ ଲୋକମାନେ ବ୍ୟବସାୟରେ ଲାଭ କରିବାର ସୁଯୋଗ ପାଇବେ ।
ଏହି ଚନ୍ଦ୍ର ଗ୍ରହଣ ମଧ୍ୟ ସିଂହ ରାଶିର ଲୋକଙ୍କ ପାଇଁ ସକରାତ୍ମକ ଫଳାଫଳ ଦେଇପାରେ । ଯଦି ଆପଣ ଏକ ନୂତନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିରେ ସଫଳତା ପାଇବେ । ଏହି ସମୟରେ ମନ ଉପାସନା ଓ ଆଧ୍ୟାତ୍ମିକତା ସହିତ ଜଡିତ ହେବ । ଧାର୍ମିକ କାର୍ଯ୍ୟରେ ଅଧିକ ଅଂଶଗ୍ରହଣ ହେବ । ଯଦି ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ମାମଲାରେ କୋର୍ଟର ମାମଲା ଚାଲିଛି, ତେବେ ଆପଣ ଆଶ୍ୱସ୍ତି ପାଇପାରନ୍ତି ।
ସୂର୍ଯ୍ୟ ପରାଗ ହେଉ ଅବା ଚନ୍ଦ୍ର ଗ୍ରହଣ କିଛି ଜରୁରୀ ନିୟମ ରହିଛି ଯାହାକୁ ମାନିବା ଜରୁରୀ। ଯାହାକୁ ହିନ୍ଦୁ ଧର୍ମରେ ଓ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମନାଯାଏ। ଏମିତିରେ ଏହି ନିୟମକୁ ମାନିବା ଉଚିତ। ଯାହାର ଖରାପ ପ୍ରଭାବ ପଡ଼ିବ ନାହିଁ।
ଗ୍ରହଣ ଓ ପରାଗ ସମୟରେ କିଛି ଖାଇବା ଅନୁଚିତ। ଏହାସହ ଖାଇବା ଜିନିଷରେ ତୁଳସୀ ପତ୍ରକୁ ପକାଇ ଦିଅନ୍ତୁ। ଏହିସମୟରେ ନକାରାତ୍ମକ ଶକ୍ତି ବଢ଼ିଯାଏ। ଏହାର ପ୍ରଭାବ ମନ ଉପରେ ପଡ଼ିଥାଏ। ଏମିତିରେ କିଛି ବି ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ବାହାରକୁ ବାହାରନ୍ତୁ ନାହିଁ। ମନ୍ଦିର ର ଦ୍ୱାର ବନ୍ଦ ରଖନ୍ତୁ। ଏହି ସମୟରେ ସୂର୍ଯ୍ୟ ତଥା ଚନ୍ଦ୍ର ଦେବଙ୍କର ବୀଜ ମନ୍ତ୍ରକୁ ଆପଣ ଜପ କରିପାରିବେ। ଏହାର ଶୁଭ ପ୍ରଭାବ ପଡ଼ିବ। ଏସବୁ ଶେଷ ହେବା ପରେ ସ୍ନାନ କରନ୍ତୁ। ଗରିବକୁ ଦାନ କରନ୍ତୁ।ଗର୍ଭବତୀ ସ୍ତ୍ରୀ ଅଧିକ ଧ୍ୟାନ ରଖନ୍ତୁ। ଘର ବାହାରକୁ ଯାଆନ୍ତୁ ନାହିଁ।