୧୧ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର : ଆସନ୍ତା ୧୧ ତାରିଖ (ରବିବାର) ଦିନ ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମହାନଦୀରେ ଛଡ଼ାଯିବ । ଉକ୍ତ ଦିନ ୧୧ଟା ପରେ ଯେକୌଣସି ସମୟରେ ହୀରାକୁଦ ବନ୍ଧର ଗେଟ୍ ଖୋଲାଯିବ । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତି ନିଆ ଯାଇଥିବା ହୀରାକୁଦ ହେଡ୍ ୱାର୍କସ ଓ ଅତିରିକ୍ତ ସ୍ପିଲ୍ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଜାରି କରିଛନ୍ତି । ଗେଟ୍ ଖୋଲିବା ପୂର୍ବରୁ ନିୟମ ମୁତାବକ ହୀରାକୁଦ ବନ୍ଧ ପକ୍ଷରୁ ବଜା ଯାଉଥିବା ସାଇରନ୍ ବଜାଯିବ । ଏହି ସମୟରେ ମହାନଦୀ ତଳ ମୁଣ୍ଡରେ ନଦୀକୁ ପ୍ରବେଶ ବା ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି ।