ଅଗ୍ନିକାଣ୍ଡରେ ପୋଡ଼ିଗଲା ଐତିହ୍ୟ ମାନ୍ୟତାପ୍ରାପ୍ତ ‘ସିକନ୍ଦରାବାଦ କ୍ଲବ୍’
ହାଇଦ୍ରାବାଦ : ବ୍ୟାପକ ଅଗ୍ନିକାଣ୍ଡ ଘଟି ହାଇଦ୍ରାବାଦରେ ଅବସ୍ଥିତ ଭାରତର ଅନ୍ୟତମ ପୁରାତନ କ୍ଲବ୍ ‘ସିକନ୍ଦରାବାଦ କ୍ଲବ୍’ ନଷ୍ଟ ହୋଇଯାଇଛି । ୧୮୭୮ ମସିହା ଏପ୍ରିଲ୍? ୨୬ ରେ ବ୍ରିଟିସ୍ ମାନଙ୍କଦ୍ୱାରା ୨୨ ଏକର ଜମିରେ ସ୍ଥାପିତ ‘ସିକନ୍ଦରାବାଦ କ୍ଲବ୍’ ହେଉଛି ଭାରତର ସର୍ବପୁରାତନ ୫ଟି କ୍ଲବ୍ ମଧ୍ୟରେ ଅନ୍ୟତମ । ‘ସିକନ୍ଦରାବାଦ କ୍ଲବ୍’ ଭାବେ ନାମିତ ହେବା ପୂର୍ବରୁ ଏହାର ନାମ ଥିଲା ‘ସିକନ୍ଦରାବାଦ ଜିମ୍ଖାନା କ୍ଲବ୍’ ଏବଂ ‘ୟୁନାଇଟେଡ୍ ସର୍ଭିସେସ୍ କ୍ଲବ୍’ । ୧୯୪୭ ପର୍ଯ୍ୟନ୍ତ ସେ କ୍ଲବ୍ର ଅଧ୍ୟକ୍ଷ ପଦ ମଣ୍ଡନ କରୁଥିଲେ କେବଳ ବ୍ରିଟିସ୍? ବ୍ୟକ୍ତିବିଶେଷ । ଅଳ୍ପ କେତେଜଣ ଉଚ୍ଚବର୍ଗର ସମ୍ଭ୍ରାନ୍ତ ଭାରତୀୟଙ୍କୁ ଏଥିରେ ସଦସ୍ୟ ହେବା ପାଇଁ ସୁଯୋଗ ମିଳୁଥିଲା ।
୯୪୮ ମସିହାରେ ଭାରତୀୟ ସଶସ୍ତ୍ର ବାହିନୀ ହାଇଦ୍ରାବାଦ ଅକ୍ତିଆର କରିବା ପରେ ଭାରତୀୟ ସଶସ୍ତ୍ର ବାହିନୀର କମାଣ୍ଡର୍ ଜେନେରାଲ୍ ଚୌଧୁରୀ ଅଳ୍ପ କିଛି ମାସ ପାଇଁ ପ୍ରଥମ ଭାରତୀୟ ଭାବେ ଏହାର ଅଧ୍ୟକ୍ଷ ହୋଇଥିଲେ । ରାତି ୨.୩୦ରେ ଘଟିଥିବା ଉକ୍ତ ଅଗ୍ନିକାଣ୍ଡ ବିଜୁଳି ସର୍ଟ ସର୍କିଟ ଯୋଗୁଁ ଘଟିଥାଇ ପାରେ ବୋଲି ଅଗ୍ନିଶମ ବିଭାଗ କହିଛି । ସକାଳ ୬ଟା ସୁଦ୍ଧା ନିଆଁ ଲିଭାଯାଇଥିଲା । ଏଥିରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ, ଅଗ୍ନିକାଣ୍ଡ ଯୋଗୁଁ ୩୫ ରୁ ୪୦ କୋଟି ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
ହାଇଦ୍ରାବାଦ ସିଟିର ପୁଲିସ କମିସନର୍ ସି.ଭି. ଆନନ୍ଦ କହିଛନ୍ତି, କ୍ଲବ୍?ର ୫୦,୦୦୦ ବର୍ଗଫୁଟ୍ ଅଂଚଳ କାଠରେ ତିଆରି ହୋଇଥିବାରୁ ଅଗ୍ନିଶମ ଓ ପୁଲିସମାନଙ୍କୁ ଉଦ୍ଧାର ଉଦ୍ୟମ ବୃଥା ଯାଇଥିଲା । କ୍ଲବ୍ର କାର୍ଯ୍ୟନିର୍ବାହୀମାନେ ଏଥିରେ କେ?ଣସି ସନ୍ଦେହ ପ୍ରକାଶ କରି ନାହାନ୍ତି । ଅଗ୍ନିଶମ ବିଭାଗ ଏବଂ ପୁଲିସ ଘଟଣାର ଯଥାରୀତି ତଦନ୍ତ କରିବେ ବୋଲି ଆନନ୍ଦ କହିଛନ୍ତି । ଅଘଟଣ ସମୟର ଭିଡିଓରେ ଦେଖାଯାଉଛି, ନିଆଁ ହୁତ୍ ହୁତ୍ ହୋଇ ଜଳୁଥିବା ବେଳେ କ୍ଲବ୍ ଘରର ବିଭିନ୍ନ ଭାଗ ଭାଙ୍ଗି ପଡୁଛି । ୮୦୦୦ ସଦସ୍ୟ ଥିବା ଉକ୍ତ କ୍ଲବ୍କୁ ‘ହାଇଦ୍ରାବାଦ ଅର୍ବାନ୍ ଡେଭ୍ଲପ୍ମେଂଟ୍ ଅଥରିଟି’ ଐତିହ୍ୟ ମାନ୍ୟତା ଦେଇଥିଲା । ଏଥିରେ ଗୋଟାଏ କ୍ରିକେଟ ପଡ଼ିଆ ସହ ଅନେକ ଆଉଟ୍ଡୋର୍ ସ୍ପୋର୍ଟସ୍ ଫେସିଲିଟି’ ଥିଲା ।