ବଳାଙ୍ଗୀ ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକଏପ୍ରିଲ ୧୪ ରୁ ୫ଦିନ ଧରି ବଳଙ୍ଗ ବାଲିରେ ପାଳିତ ହେବ
ମହୋତ୍ସବଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିବେ ସାଂସ୍କୃତିକ ଦଳ
ବାରିପଦା : ମୟୁରଭଂଜ ଜିଲାରେ ଅବଲୁପ୍ତ ପ୍ରାୟ ଭାଷା ସାହିତ୍ୟ କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଓ ଶ୍ରୀବୃଦ୍ଧି ପାଇଁ ବିଗତ ୨୦୦୩ ମସିହା ଠାରୁ ବାରିପଦାର ଅମ୍ବିକା ମନ୍ଦିର ନିକଟ ବୁଢାବଳଙ୍ଗ, ଚିପିଟ ଏବଂ ଇଟାଯୋଡ଼ି ନଦୀର ସଙ୍ଗମ ସ୍ଥଳରେ ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ବିଗତ ୩ବର୍ଷ ଧରି କରୋନା କଟକଣା କାରଣରୁ ବଂଦ ରହିଥିବା ବେଳେ ଚଳିତ ବର୍ଷ ପୁଣି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସର ରେ ଏପ୍ରିଲ ୧୪ରୁ ୧୮ ତାରିଖ ୫ଦିନ ଧରି ବଳଙ୍ଗ ବାଲିରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି କ୍ଷ ମହୋତ୍ସବ ଆୟୋଜନ ନିମନ୍ତେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ବାବା ବୁଢାରାଉଳ ମଠରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଆୟୋଜିତ ପ୍ରସ୍ତୁତି ବୈଠକରେ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ସଭାପତିତ୍ୱ କରିଥିବା ବେଳେ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ବିଗତ ବର୍ଷ ମାନଙ୍କରେ ମହୋତ୍ସବ ଆୟୋଜନର ଅନୁଭୁତି ସମ୍ପର୍କର ବର୍ଣ୍ଣନା କରିବା ସହ ଚଳିତ ବର୍ଷର ମହୋତ୍ସବ ନିମନ୍ତେ ସମସ୍ତ ସକ୍ରିୟ ସଦସ୍ୟ ମନଯୋଗ ସହକାରେ କାର୍ଯ୍ୟକରିବା ନିମନ୍ତେ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ମହୋତ୍ସବ ପାଇଁ ଚାଲିଥିବା ଆୟୋଜନ ଏବଂ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିବା ବେଳେ, ମହୋତ୍ସବ ଫାଇନାନ୍ସ କମିଟିର ଅଧ୍ୟକ୍ଷ ଆଇନଜୀବୀ ଅରବିନ୍ଦ ଦାସ ମେଳାର ଆବଶ୍ୟକୀୟ ପାଣ୍ଠି ଯୋଗାଡ଼ ବାବଦରେ ବ୍ୟାପକ ଆଲୋଚନା କରିଥିଲେ କ୍ଷ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହୋତ୍ସବ ସ୍ଥଳରେ ଅନନ୍ତ ନାରାୟଣ ଙ୍କ ପୂଜା ଓ ଯଜ୍ଞ ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଲୋକନୃତ୍ୟ ଦଳ ଯୋଗଦେବେ କ୍ଷ ସେହିପରି ସ୍ଥାନୀୟ କଳାକାର ମାନଙ୍କୁ ପ୍ରତ୍ସାହିତ କରିବାପାଇଁ ବଳାଙ୍ଗୀ ଟେଲେଣ୍ଟହଣ୍ଟ ନାମରେ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଆଗାମୀ ୯ତାରିଖ ସକାଳ ୯ଘଟିକା ଠାରୁ ପ୍ରତିଯୋଗିତା ପାଇଁ ଅଡିସନ କାର୍ଯ୍ୟକ୍ରମ ଡିଭାଇନ ବୈଷୟିକ ଶିକ୍ଷାନୁଷ୍ଠାନ ପରିସର ରେ ଅନୁଷ୍ଠିତ ହେବ କ୍ଷ ମହୋତ୍ସବ ରେ ୫ଦିନ ଧରି ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାଯାଇଛି କ୍ଷ ଏହି ପ୍ରସ୍ତୁତି ବୈଠକ ରେ ବରିଷ୍ଠ ସଦସ୍ୟ ଶିକ୍ଷାବିତ ନରେନ୍ଦ୍ର ମୋହନ ସେନାପତି, ପଦ୍ମନାଭ ସାହୁ, ଡଃ ଶଶୀଧର ବିଶ୍ୱାଳ, ସରୋଜ ବୋଷ, ଡ଼. ପିନାକୀ ମିଶ୍ର, ବିଜୟକୁମାର ଲକ୍ଷ୍ମୀ ମହାନ୍ତି, ଅକ୍ଷୟ କୁମାର ମହାନ୍ତି, ରାଜୀବ ରଂଜନ ସେନାପତି, ଯୋଗେଶ ଅଗ୍ରୱାଲ, ଶଙ୍କର୍ଷଣ ମିଶ୍ର, ନନ୍ଦନ ଭଂଜ ପ୍ରମୁଖ ନିଜର ଅଭିମତ ରଖିବା ସହ ମେଳା ଆୟୋଜନ ସୁଚାରୁ ଭାବେ କରାଯିବା ନିମନ୍ତେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସଦସ୍ୟ ଉଦୟ ନାଥ ଜେନା, ଗୋଲକ ଚନ୍ଦ୍ର ମହାନ୍ତି, ଇନ୍ଦୁମତି ମହାନ୍ତି, ଶିକ୍ଷକ ଅମିତାଭ ମିଶ୍ର, ସୟଦ ସିରାଜୁଦ୍ଦିନ, ପଦ୍ମନାଭ ମହାପାତ୍ର, ଦିଲ୍ଲିପ କୁମାର ପାତ୍ର, କୁମାରେଶ ନାୟକ, ମିଥୁନ ବାରିକ, କିଶୋର କୁମାର ମହାନ୍ତି, ଭାବନା ଦାସ, ସାଗର ସଂକେତ ବେହେରା, ରାଜେନ୍ଦ୍ର ମହାନ୍ତ, ଦୋଳଗୋବିନ୍ଦ ମହାନ୍ତ, ବିକାଶ ଚନ୍ଦ୍ର ଧୂଙ୍ଗିଆ, ଦିନେଶ ଆଗ୍ରୱାଲ, ସିନ୍ଦୁର ଗୌରା ସରପଞ୍ଚ ଆକାଶ ସିଂ ଏବଂ ଅନ୍ୟାନ୍ୟ ବହୁ ସଦସ୍ୟ ଏହି ପ୍ରସ୍ତୁତି ବୈଠକରେ ଅଂଶ ଗ୍ରହଣ କରି ମହୋତ୍ସବର ସୁ ପରିଚାଳନା ପାଇଁ ଆଲୋଚନା କରିଥିଲେ ।