ସ୍ୱାସ୍ଥ୍ୟ ବିଭାଗର ଚିଠି : କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲପାଳ ଓ ସିଡିଏମଓଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏହାସହ ଆଇସିୟୁ, ଡାଏଲିସିସ୍, ଲେବର ରୁମ୍ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି ।
ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଘରୋଇ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫାଭିପିରାଭିର୍ ଓ ରେମଡେସିଭିର ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବା ସହ ବହୁବିଧ ରୋଗାକ୍ରାନ୍ତଙ୍କୁ ଯୁଦ୍ଧକାଳୀନ ଭିତିରେ ଟିକାକରଣ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ହୋମ୍ଆ ଇସୋଲେସନ୍ ର ଏସଓପି କଡାକଡି ପାଳନ କରିବାକୁ ମଧ୍ୟ କହିଛନ୍ତି ଶ୍ରୀ ମହାପାତ୍ର ।