ଦେଶରେ ୩୧ କୋଟି କୋଭିଡ-୧୯ ଟିକାକରଣ କରି ମାଇଲଖୁଂଟକୁ ଅତିକ୍ରମ
- ଗତ ୨୪ ଘଂଟାରେ ୬୧.୧୯ ଲକ୍ଷ ଡୋଜ୍ ଟିକା ଦିଆଯାଇଛି
ନୂଆଦିଲ୍ଲୀ : ଏକ ଉଲ୍ଲେଖନୀୟ ସଫଳତାରେ ଭାରତରେ କୋଭିଡ-୧୯ ଟିକାକରଣ ଗତକାଲି ୩୧ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୨,୦୦,୮୩୯ ସେସନରେ ମୋଟ ୩୧,୫୦,୪୫,୯୨୬ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଂଟାରେ ୬୧,୧୯,୧୬୯ ଡୋଜ୍ ଟିକା ଦିଆଯାଇଛି । କୋଭିଡ-୧୯ ଟିକାକରଣର ବୈଶ୍ୱିକରଣର ନୂତନ ପର୍ଯ୍ୟାୟ ୨୧ ଜୁନ୍ ୨୦୨୧ରୁ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।
ଗତ ୨୪ ଘଂଟାରେ ଭାରତରେ ୪୮,୬୯୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । କ୍ରମାଗତ ଗତ ୧୯ ଦିନ ଧରି ଦୈନିକ ନୂଆ ମାମଲା ୧ ଲକ୍ଷରୁ ତଳେ ରହୁଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରମାନଙ୍କୁ ମିଳିତ ପ୍ରଚେଷ୍ଟାର ଫଳ । ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୫,୯୫,୫୬୫ । ସକ୍ରିୟ ମାମଲା ୮୬ ଦିନ ପରେ ୧ ଲକ୍ଷରୁ ତଳକୁ ହ୍ରାସ ପାଇଛି । ଗତ ୨୪ ଘଂଟାରେ ସକ୍ରିୟ ମାମଲା ୧୭,୩୦୩ ହ୍ରାସ ପାଇଥିବା ବେଳେ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୯୭% ରହିଛି ସକ୍ରିୟ ମାମଲା । କୋଭିଡ-୧୯ ସଂକ୍ରମଣରୁ ଦୈନିକ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଭାରତରେ ଗତ ୪୪ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଂଟା ମଧ୍ୟରେ ୬୪,୮୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ମାମଲା ତୁଳନାରେ ୧୬ ହଜାର (୧୬,୧୨୦)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୯୧,୯୩,୦୮୫ ଜଣ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଂଟା ମଧ୍ୟରେ ୬୪,୮୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୬.୭୨%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଂଟାରେ ମୋଟ ୧୭,୩୫,୭୮୧ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୯.୭୮ କୋଟି (୩୯,୯୫,୬୮,୪୪୮)ରୁ ଅଧିକ ଟେଷ୍ଟ କରାଯାଇଛି । ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୯୭% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୭୯% । ଦୈନିକ ପଜିଟିଭିଟି ହାର ଗତ ୧୯ ଦିନ ଧରି ୫%ରୁ ତଳେ ରହିଛି ।