ନାଜାଲ ଟୀକା ଇନକୋଭାକର ମୂଲ୍ୟ ସ୍ଥିର ହେଲା
ନୂଆଦିଲ୍ଲୀ : ଭାରତ ବାୟୋଟେକ ଇଂଟରନ୍ୟାସନାଲ ଲିମିଟେଡ଼ର (ବିବିଆଇଏଲ) ଇନଟ୍ରାନାସାଲ ଟୀକା, ଇନକୋଭାକ ଘରୋଇ ଡାକ୍ତରଖାନା ପାଇଁ ୮୦୦ ଟଙ୍କା ଏବଂ ସରକାରୀ ଯୋଗାଣ ପାଇଁ ୩୨୫ ଟଙ୍କା ରହିଛିତ । ଏଥିରେ ଜିଏସଟି ଅଲଗା ଭାବରେ ଯୋଡ଼ାଯିବ । ମଙ୍ଗଳବାର ଦିନ ଏକ ପ୍ରେସ ବିଜ୍ଞପ୍ତିରେ ଭାରତ ବାୟୋଟେକ କହିଛି ଯେ, ଜାନୁଆରୀ ଚତୁର୍ଥ ସପ୍ତାହରୁ ଏହି ଟୀକା ନେଇପାରିବେ । ଏହା କୋବିନ ପୋର୍ଟାଲରେ ଉପଲବ୍ଧ ।