ଚୀନ ସେନା ଆମ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ସେଥିପାଇଁ ଆମେ କଡ଼ା ଜବାବ ଦେଇଛୁ : ପୂର୍ବ ସେନା କମାଣ୍ଡର
ଦିଲ୍ଲୀ : ନିକଟରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଚୀନ୍ ସେନା ସହିତ ଭାରତୀୟ ସୈନିକଙ୍କ ମୁହାଁମୁହିଁ ସମ୍ପର୍କରେ ପୂର୍ବ ସେନା କମାଣ୍ଡର ଆର.ପି. କଲିତା ଏକ ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି । ଶୁକ୍ରବାର ଦିନ ୫୧ତମ ବିଜୟ ଦିବସ ପାଳନ ଅବସରରେ ଫୋର୍ଟ ୱିଲିୟମ ମୁଖ୍ୟାଳୟରେ ସୈନକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ ଗଣମାଧ୍ୟମ ସହ ଯୋଗାଯୋଗ କରିଥିଲେ । କାଲିତା କହିଛନ୍ତି ଯେ, ଚାଇନାର ସୈନ୍ୟମାନେ ତାୱାଙ୍ଗ ସେକ୍ଟରରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସ)ରେ ଭାରତୀୟ ସୀମା ଅତିକ୍ରମ କରିବାକୁ ସାହସ କରିଛନ୍ତି, ତେଣୁ ଆମେ ସେମାନଙ୍କୁ ଉପଯୁକ୍ତ ଉତର ଦେଇଛୁ । ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଚୀନ୍ ସୈନମାନଙ୍କୁ ଘଉଡ଼ାଇ ଦେଇଥିଲେ ।