ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ସ୍ୱାୟତ ସଂସ୍ଥାଗୁଡ଼ିକୁ କେନ୍ଦ୍ରର ୪ହଜାର ୬୦୮ କୋଟି ଅନୁଦାନ
ନୂଆଦିଲ୍ଲୀ : ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ଆର୍ଥିକ ଅନୁଦାନ ବାବଦରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ୪ ହଜାର ୬୦୮ କୋଟି ଟଙ୍କା ଦିଆଯାଇଛି। ଏହି ଅର୍ଥ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ ସଂସ୍ଥାଗୁଡ଼ିକ ପାଇଁ ଦିଆଯାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଏହି ଅନୁଦାନ ରାଜ୍ୟମାନଙ୍କୁ ଦିଆଯାଇଛି। ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ଏହି ବାବଦରେ ୮୭ ହଜାର ୪୬୦ କୋଟି ଟଙ୍କା ଦେଇଥିଲେ। ସେଥିମଧ୍ୟରୁ ୬୦ହଜାର ୭୫୦ କୋଟି ଟଙ୍କା ଗ୍ରାମାଞ୍ଚଳ ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ବେଳେ ସହରାଞ୍ଚଳ ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ୨୬ହଜାର ୭୧୦ କୋଟି ଟଙ୍କା ଦିଆଯାଇଥିଲା।
ଗ୍ରାମାଞ୍ଚଳ ସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଏହି ଅର୍ଥ ପରିମଳ ଏବଂ ବାହ୍ୟ ମଳମୁକ୍ତ ପରିଚାଳନା, ପାନୀୟ ଜଳ ଯୋଗାଣ, ବର୍ଷା ଜଳ ଅମଳ ଏବଂ ଜଳଚକ୍ର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ କରାଯିବ। ସହରାଞ୍ଚଳ ସ୍ୱାୟତ ସଂସ୍ଥାଗୁଡ଼ିକ ଦ୍ୱାରା ବାୟୁର ମାନରେ ଉନ୍ନତି ଆଣିବା, କଠିନ ବର୍ଯ୍ୟବସ୍ତୁ ପରିଚାଳନା ଓ ପରିମଳ ବାବଦରେ ଏହି ଅର୍ଥକୁ ଖର୍ଚ୍ଚ କରାଯିବ।