ଯୌତୁକ ଜନିତ ସ୍ତ୍ରୀ ହତ୍ୟା ମାମଲା; ଅଭିଯୁକ୍ତ ସ୍ୱାମୀକୁ ୭ ବର୍ଷ ଜେଲ
ବାଲେଶ୍ୱର : ବାଲେଶ୍ୱର ଜିଲା ଦୌରା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ଯୌତୁକ ଜନିତ ସ୍ତ୍ରୀ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଥାଉ କି, ଔପଦା ଥାନା ସୋରିଷପାଳ ଗ୍ରାମର ଲମ୍ବୋଦର ରାଉତ ତାଙ୍କର ସ୍ତ୍ରୀ ରଶ୍ମିତା ରାଉତଙ୍କୁ ଅଧିକ ଯୌତୁକ ଦାବି କରି ହତ୍ୟା କରିଥିବା ନେଇ ଥାନାରେ ମୃତକଙ୍କ ବାପା ରାମଚନ୍ଦ୍ର ନାୟକ ଅଭିଯୋଗ କରିଥିଲେ । ଏନେଇ ଔପଦା ଥାନା ପକ୍ଷରୁ ଏକ ମାମଲା (ନଂ.୧୨/୨୦୨୧) ରୁଜୁ ହୋଇଥିଲା । ଏହି ମାମଲାର ୨୦ଟି ସାକ୍ଷୀ ଓ ୧୮ ଦସ୍ତାବିଜ୍କୁ ଭିତ୍ତି କରି ଜିଲା ଦୌରାଜଜ ଅଭିଯୁକ୍ତ ସ୍ୱାମୀ ଲମ୍ବୋଦର ରାଉତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମୋକଦ୍ଦମାକୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ପରିଚାଳନା କରିଥିଲେ ।