ବାଲେଶ୍ଵର : ଗଛରେ ଝୁଲୁଥିବା ଜଙ୍ଗଲୀ ବିରାଡ଼ିର ମୃତଦେହ ଉଦ୍ଧାର
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟର ପାଦଦେଶ ତେଲିପାଳ ପଞ୍ଚାୟତ ତୁଟାସାହି ଗାଁରେ ଏକ ବଡଗଛ ଫାଙ୍କରେ ଜନ୍ତୁର ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ପାଖଗ୍ରାମବାସି ଏହା ଦେଖି ଭୟଭୀତ ହୋଇପଡିଥିଲେ। ଉକ୍ତ ଜନ୍ତୁ ର ମୁହଁରେ ଆଘାତ ଲାଗିଛି ଏବଂ ତାହା ଗଳିତ ହୋଇ ପଡିଥିଲା । କୂଳଡିହା ଅଭୟାରଣ୍ୟ ନିକଟରେ ହୋଇଥିବାରୁ ଜନ୍ତୁଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଗଛ ଉପରକୁ ଯାଇ ତଳକୁ ଓହ୍ଲାଇବାପାଇଁ ଡେଇଁ ପାର ହେଉଥିବା ସମୟରେ ଗଛ ର ଛନ୍ଦି ମରିଥିବ ବୋଲି ପାଖ ଲୋକେ ଅନୁମାନ କରୁଥିଲେ ।
ଖବର ପ୍ରଚାରିତ ହେବା ପରେ ଉକ୍ତ ଅଞ୍ଚଳରେ ଜନ୍ତୁଟିକୁ ଦେଖିବାପାଇଁ ଲୋକାରଣ୍ୟ ହୋଇ ପଡ଼ିଥିଲା । ଏହା ହେଟା ବାଘ ନାଁ ଜଗଂଲ ବିରାଡ଼ି ପ୍ରଥମେ ସ୍ପଷ୍ଟ ହୋଇପାରିନଥିଲା । ଶେଷରେ ଆଲୋଚନା ସମାଲୋଚନା ର ଅନ୍ତ ଘଟାଇ ବନବିଭାଗ ଶବକୁ ଗଛରୁ ଓଲ୍ହାଇବା ପରେ ତାହା ଜଗଂଲର ବିରାଡ଼ି ( କଟାଷ ) ବୋଲି କୁଲଡିହା ରେଞ୍ଜର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।