ବାଲେଶ୍ୱର : ସଦର ବିଜେପି ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ତମ୍ବୁ ଓ ରାସନ ସାମଗ୍ରୀ ବଣ୍ଟନ
ବାଲେଶ୍ୱର : ବାତ୍ୟା ପୂର୍ବେ ଓ ପରେ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସଦା ସର୍ବଦା ଲୋକଙ୍କ ସାଥିରେ ରହିଅଛି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ଦେଶର ବିଭିନ୍ନ ଅଂଶରେ ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଜନସେବା ଜାରି ରଖିଛି । ମହମାରୀ କରୋନା ବିରୋଧି ଲଢେଇରେ ବିଜେପି କାର୍ଯ୍ୟକର୍ତ୍ତା ସମାଜ ସେବା ପାଇଁ ନିୟୋଜିତ କରିବା ଯାହା ସମସ୍ତଙ୍କ ପାଇଁ ପ୍ରେରଣାର ବିଷୟ ।
ଏହି ଅବସରରେ ବୁଧବାର ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପି ପରିଖି ପଞ୍ଚାୟତର ଜଙ୍ଗଲଘେରି ଅଞ୍ଚଳରେ ତମ୍ବୁ ଓ ରାସନ ସାମଗ୍ରୀ ବିତରଣ କରିଛନ୍ତି । ବାତ୍ୟା ହେବା ଠୁଁ ଅପହଞ୍ଚ ଜଙ୍ଗଲଘେରିରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ସେବା କାର୍ଯ୍ୟ ଜାରୀ ରହିଛି । ଆଜି ୪୦ ରୁ ଉର୍ଦ୍ଧ୍ୱ ଅସହାୟ ପରିବାରଙ୍କୁ ବିଜେପି ରାସନ ସାମଗ୍ରୀ ଓ ତମ୍ବୁ ବଣ୍ଟନ କରିଛନ୍ତି । କିନ୍ତୁ ବଡ ଦୁଃଖର ବିଷୟ ଉକ୍ତ ଅଞ୍ଚଳ ପାଇଁ ସରକାରୀ ସାହାର୍ଯ୍ୟ ଆଜିବି ସାତ ସ୍ୱପ୍ନ । ଗତ ଉପ ନିର୍ବାଚନରେ ସରକାରଙ୍କ ମିଛ ପ୍ରତିଶୃତିରୁ ଅତିଷ୍ଠ ହୋଇ ଏଠାକାର ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଥିଲେ କିନ୍ତୁ ସବୁ ଜାଣି ଶୁଣି ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଛି । ଏହି ଅଞ୍ଚଳରେ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଯୁବନେତା ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପର୍ଶୁରାମ ବେହେରା, ଅନୀଲ ପାତ୍ର, ଅନନ୍ତ ନାୟକ, ସରୋଜ ପରିଡା, ରାଜୀବ କର, ପବନ କମିଳା, ଗୟାଧର ବେହେରା, ବ୍ରଜମୋହନ ପରିଡା, ବବଲୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।