ପାହାଡ଼ପୁରରେ ରାଷ୍ଟ୍ରପତିଙ୍କ ଦିବଂଗତ ସ୍ବାମୀଙ୍କ ଜନ୍ମ ଜୟନ୍ତୀ ପାଳିତ
ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ପାହାଡ଼ପୁର ଏସ ଏଲ ଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ୬୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି ଜ୍ଝ ଏଥିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜ୍ୱାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ ଉପସ୍ଥିତ ରହି ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣ ସହିତ ସ୍ମୃତିଚାରଣ କରିଥିଲେ ଜ୍ଝଏହି କାର୍ୟ୍ୟକ୍ରମ ସମାଜସେବୀ ଜଗନ୍ନାଥ ମୁର୍ମୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ‘ଏସ ଏଲ ଏସ ସ୍ମାରକୀ ଆବାସିକ ବିଦ୍ୟାଳୟ\’ ର ଉପସଭାପତି ସତୀଶ ଚନ୍ଦ୍ର ପ୍ରତିହାରୀ, ପ୍ରଧାନ ଶିକ୍ଷକ ଜନ୍ମେଜୟ ଗିରି,ବ୍ୟାଙ୍କ ଅଫ ଇଣ୍ଡିଆର ଏଡିଏମ୍ ଏସ ଟି ଚୌଧୁରୀ,ରେଡ୍ ସ୍ଵସ୍ତିକ ସୋସାଇଟିର ସଂପାଦକ ଦେବାଶିଷ ପଟ୍ଟନାୟକ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଏବଂ ପାହାଡପୁରର ଗ୍ରାମବାସୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ବୃନ୍ଦ ସାମିଲ ହୋଇଥିଲେ । ଏହି ଅବସରରେ ରେଡ ସ୍ୱସ୍ତିକ ପକ୍ଷରୁ ଅଞ୍ଚଳବାସୀଙ୍କୁ ଶୁଖିଲା ଖାଦ୍ୟ ଏବଂ ପୋଷାକ ବଣ୍ଟନ କରାଯାଇଥିଲା ଜ୍ଝପାହାଡପୁର ଗ୍ରାମରେ ୫ ଜି ସେବା ଆରମ୍ଭ ସହ କମଳ ସର୍ଭିସ୍ ସେଣ୍ଟର (ସିଏମସି) ଗାଡ଼ି ଚଳାଚଳ ଶୁଭାରମ୍ଭ ହୋଇଥିଲା । ଯାହାଦ୍ଵାରା କି ଘରେ ଲୋକେ ରହି ବ୍ୟାଙ୍କିଙ୍ଗ,ପାନ୍ ଆଧାର ଭଳି ସମସ୍ତ ଅନଲାଇନ କାର୍ୟ୍ୟ କରିପାରିବେ ।ସିଏମଡି ଗାଡ଼ି ସବୁ ଗ୍ରାମକୁ ଵୁଲି ଏହି ସଵୁ ସୁବିଧା ଲୋକମାନଙ୍କ୍କୁ ଯୋଗାଇ ଦେବ ।ପାହାଡପୁରରେ ଆଗକୁ ବହୁବିଧ ଉନ୍ନତିମୂଳକ କାର୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ହେମ୍ବ୍ରମ ସୂଚନା ଦେଇଥିଲେ ।