ବିନା ଛୁଂଚିରେ ଶିଶୁଙ୍କୁ ଦିଆଯିବ ଟିକା
ଭୁୁବନେଶ୍ୱର : ବିନା ଛୁଂଚିରେ ଶିଶୁଙ୍କୁ ଟିକା ଦିଆଯିବ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା ପାଇଁ ପରାମର୍ଶ ରହିଛି । ଡିସିଜିଆଇ ଦ୍ୱାରା ଅନୁମୋଦିତ ଯାଇପର ଡି ୧୨ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ । ଏହାଛଡ଼ା କୋଭାକସିନକୁ ପରୀକ୍ଷା କରି ଡିସିଜିଆଇ ଅନୁମତି ଦେବେ । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମ୍ ଦିଆଯିବ ।
ସେ ଆହୁରି କହିଛନ୍ତି ରାଜ୍ୟରେ ୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ । ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ । ନିର୍ଦେଶ ଆସିବା ମାତ୍ରେ ଆମେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବୁ । ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମାଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ । ତାହା ଅନୁସାରେ ଆମେ ଟିକାକରଣ କରାଇବୁ । ବର୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି । ଏଥିମଧ୍ୟରୁ ଏଯାବତ୍ ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ୍ (୭୮%)ଓ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ (୩୩%) ଦିଆସାରିଛି । ଆଜି ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି ।ବର୍ତମାନ ରାଜ୍ୟରେ୨୪ ଲକ୍ଷ ଟିକା ମହଜୁଦ ଅଛି ।