କୋଭିଡ ଦ୍ୱିତୀୟ ଲହରରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବିଧାନ ପରିଷଦ ନିର୍ବାଚନ ସମ୍ଭବ ନୁହେଁ : ଇସି
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଦ୍ୱିତୀୟ ଲହର ଆତଙ୍କ ଜାରି ରହିଛି। ଏଥିରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟ ବିଶେଷ ପ୍ରଭାବିତ ହୋଇଛି। ଫଳରେ ଏହି ଦୁଇ ରାଜ୍ୟର ପ୍ରସ୍ତାବିତ ଦ୍ୱିବାର୍ଷିକ ବିଧାନ ପରିଷଦ ନିର୍ବାଚନ ଟାଳି ଦିଆଯାଇଛି। ନିର୍ବାଚନ କମିଶନ (ଇସି) ଗୁରୁବାର ଏହି ସୂଚନା ଦେଇଛନ୍ତି। ଏ ନେଇ ଇସି ଜାରି କରିଥିବା ସର୍କୁଲାରରେ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ଏ ନେଇ ପୁଣି ବିଚାର କରାଯିବ ବୋଲି କହିଛନ୍ତି।
ଇସି ପରିସ୍ଥିତିର ସମୀକ୍ଷା ପରେ ଏହି ନିଷ୍ପତ୍ତି ନେଇଥିବା ସୂଚିତ କରିଛନ୍ତି। କୋଭିଡ ଦ୍ୱିତୀୟ ଲହରରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବିଧାନ ପରିଷଦ ନିର୍ବାଚନ ସମ୍ଭବ ନୁହେଁ ବୋଲି ସଫା ସଫା କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଦୁଇ ରାଜ୍ୟରେ କରୋନା ସଂକ୍ରମଣ ହାର ନ ସୁଧୁରିଛି ସେ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ ଅନୁକୂଳ ନୁହେଁ ବୋଲି ଇସି କହିଛନ୍ତି। ଏହା ପୂର୍ବରୁ ନିର୍ବାଚନ କମିଶନ ଗୋଟିଏ କେନ୍ଦ୍ର ଶାସିତ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିଥିଲେ। ଏଥିଲାହି ଆୟୋଗଙ୍କୁ ଅନେକ ଶରବ୍ୟ ହେବାକୁ ପଡିଛି। ଏଣୁ ବିଧାନପରିଷଦ ନିର୍ବାଚନ ଟାଳି ଦେଇଛନ୍ତି।