ଗୋଆ ବିଧାନସଭା ନିର୍ବାଚନ ପାଇଁ ‘ଆପ୍’ର ୧୩ ଟିକିଆ ଏଜେଣ୍ଡା ଘୋଷଣା
ନୂଆଦିଲ୍ଲୀ : ଗୋଆ ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ଆମ ଆଦମୀ ପାର୍ଟି । ନିର୍ବାଚନ ବୈତରଣୀ ପାରି ହେବାପାଇଁ ୧୩ ଟିକିଆ ଏଜେଣ୍ଡା ଘୋଷଣା କରିଛି ଦଳ । ଗୋଆରେ ଏକ ପ୍ରେସ୍ମିଟ୍ କରି ଏହାକୁ ନେଇ ସୂଚନା ଦେଇଛନ୍ତି ଆପ୍? ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ୧୩ଟି ଏଜେଣ୍ଡା ମଧ୍ୟରେ ଅନେକ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛି ଆମ୍ ଆଦମୀ ପାର୍ଟି । ଗୋଆରେ ଆପ୍? ସରକାର ଆସିଲେ ଗୋଆବାସୀଙ୍କୁ ୫ବର୍ଷରେ ୧୦ଲକ୍ଷ ଟଙ୍କାର ଲାଭ ମିଳିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।
ଗୋଆରେ ଆପ୍ ସରକାର ଆସିଲେ ବେକାରୀ ସମସ୍ୟା ଦୂର ହେବ । ଏବଂ ବେରୋଜଗାରମାନଙ୍କୁ ମିଳିବ ବେକାରୀ ଭତା । ଏହି କ୍ରମରେ ବେକାର ଯୁବଗୋଷ୍ଠୀଙ୍କୁ ମାସିକ ୩ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଆପ୍? । ଯୁବଗୋଷ୍ଠୀମାନଙ୍କ ପାଇଁ ଚାକିରି ସୁବିଧା ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଯେଉଁମାନେ ଚାକିରି କରିବାକୁ ସକ୍ଷମ ହୋଇପାରିବେ ନାହିଁ, ସେମାନଙ୍କୁ ବେକାରୀ ଭତା ପ୍ରଦାନ କରାଯିବ । ଯେଉଁମାନେ ଘର ପାଇବାରୁ ବଂଚିତ, ସେମାନଙ୍କୁ ୬ମାସ ମଧ୍ୟରେ ଜମି ଅଧିକାର ପ୍ରଦାନ କରାଯିବ । ଆପ୍ ସରକାର ଆସିଲେ ଗୋଆ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ହେବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେହିପରି ଗୋଆରେ ସ୍ୱାସ୍ଥ୍ୟ ସୁବିଧାର ଉନ୍ନତିକରଣ କରାଯିବ । ଏଥିସହ ଦିଲ୍ଲୀରେ ତିଆରି ହୋଇଥିବା ମହୋଲ୍ଲା କ୍ଲିନିକ ଭଳି ଗୋଆର ପ୍ରତି ଗାଁରେ କ୍ଲିନିକ ତିଆରି ହେବ । ଯାହା ଫଳରେ ଗୋଆବାସୀ ମାଗଣାରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ । ଚାଷୀଙ୍କ ପାଇଁ କୃଷି କ୍ଷେତ୍ରରେ ପୂର୍ଣ୍ଣ ବିକାଶ କରାଯିବ । ଏବଂ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ଜନକ ଯୋଜନାମାନ ପ୍ରସ୍ତୁତ କରାଯିବ । ଗୋଆରେ ଆପ୍ ବିଜୟୀ ହେଲେ ୨୪ ଘଂଟିଆ ମାଗଣା ବିଦ୍ୟୁତ ଓ ପାଣି ଯୋଗାଇ ଦିଆଯିବ । ଏହାଦ୍ୱାରା ଗୋଆବାସୀ ଲାଭବାନ ହୋଇପାରିବେ । ୧୮ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଏଥିସହ ସରକାରୀ ବିଦ୍ୟାଳୟରେ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ । ଗୋଆର ପ୍ରତି ରାସ୍ତାକୁ ମରାମତି କରାଯିବା ସହ ରାସ୍ତାର ଉନ୍ନତିକରଣ କରାଯିବ ବୋଲି ଆୟୋଜିତ ପ୍ରେସ୍?ମିଟ୍?ରେ ସୂଚନା ଦେଇଛନ୍ତି ଆପ୍? ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।