କାର୍ନିଭାଲ ସୋ ରୁ ଆରମ୍ଭ ହେଲା ୫ମ ମୟୁରଭଞ୍ଜ ମହୋତ୍ସବ ମୟୁରଭଞ୍ଜର ପାରମ୍ପାରିକ ନୃତ୍ୟବାଦ୍ୟରେ ଦୁଲୁକିଲା ବାରିପଦା ବଡଦାଣ୍ଡ
ବାରିପଦା : ୫ମ ମୟୁରଭଞ୍ଜ ମହୋତ୍ସବ ଆଜି ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ମୟୂରଭଂଜର ବିଭିନ୍ନ ପାରମ୍ପାରିକ ସଂଗୀତ ନୃତ୍ୟ ଓ ବାଦ୍ୟ କଳାକାର ମାନେ ପାରମ୍ପାରିକ ବେଶରେ ଏକ କାର୍ନିଭାଲ ସୋରେ ବାହାରି ବାରିପଦା ଛଉପଡିଆ ମହୋତ୍ସବ ସ୍ଥଳକୁ ଶୋଭାଯାତ୍ରା ରେ ଆସିଥିଲେ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବରେ ମହାରାଣି ରଶ୍ମୀ ରାଜ୍ୟଲକ୍ଷ୍ମୀ ଭାଜଦେଓ, ରାଜକୁମାରୀ ଅକ୍ଷିତା ଭଂଜଦେଓ ଏବଂ ବିଶିଷ୍ଟ ଅତିଥି ଭାବରେ ଲଣ୍ଡନରୁ ଆସିଥିବା ଡ. ମ୍ୟାକ୍ସ ମାକାୟ ଜେମ୍ସ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିବା ବେଳେ, କମିଟି ପକ୍ଷରୁ ସଭାପତି ଅସୀତ ପତି, କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ଦିୱେଦୀ, ସାଂସ୍କୃତିକ ସମ୍ପାଦକ ଲଡୁକେଶ୍ୱର ରଣା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଜି ଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ୨୧ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ, ଓଡ଼ିଆ ସିନେ ଜଗଗତର ସୁପାରଷ୍ଟାର ଉତମ ମହାନ୍ତି, ବାବୁସାନ, ଅସିତ ପତି, ପପୁ ପମପମ୍, ସ୍ୱରାଜ ବାରିକ, ସନ୍ମିରା, ଅନିମେଶ ଘୋଷ, ଗାୟକ ମଂଟୁ ଛୁରିଆ, ସ୍ୱୟଂ ପାଢୀ, ଅର୍ପିତା ଚୌଧୁରୀ ପ୍ରଖୁମ ବହୁ ନାମିଦାମୀ କଳାକାର ଏବଂ ଜିଲ୍ଲାର ଆଦିବାସୀ ପରମ୍ପରା ଓ କଳା ସଂସ୍କୃତିକୁ ଧ୍ୟାନରେ ରଖି ୨ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ସାନ୍ତାଳୀ କଳାକାରଙ୍କ ସମେତ ଝାରଖଣ୍ଡ, ବିହାର, ପଶ୍ୱିମବଙ୍ଗ ଓ ଆସାମର ସାନ୍ତାଳୀ କଳାକାର ମଙ୍ଗଲ ହାଁସଦା, କଳ୍ପନା ହାଁସଦା, ମଧୁସ୍ମିତା ସୋରେନ ମୁର୍ମୁ, ମଲ୍ଲୀ ହେମ୍ବ୍ରମ, ଡୁଗର ଟୁଡୁ, ଲକ୍ଷ୍ମଣ ସୋରେନ, ପ୍ରତିଷ୍ଠିତ ଝୁମର ଗାୟୀକା ଉର୍ମିଳା ମହାନ୍ତ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବରେ ୧୫୦ରୁ ଉର୍ଦ୍ଧ ଷ୍ଟଲ ଖୋଲୁ ଥିବା ବେଳେ, ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଏହି ଅବସରରେ ଆଜି ସକାଳ ୧୦ ଘଟିକା ସମୟରେ ବାରିପଦା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏକ ଚିତ୍ରାଙ୍କନ ପ୍ରତିଯୋଗିତାକୁ ମହୋତ୍ସବ କମିଟିର ସଭାପତି ଅସିତ ପତି, କାର୍ଯ୍ୟକାରୀ ସଭାପତି ସଂଜୀବ ଦିୱେଦୀ ଓ କୋଷାଧକ୍ଷ ଫାଲଗୁନି ମହାନ୍ତି ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିବା ବେଳେ, କାର୍ଯ୍ୟକ୍ରମ ରେ ମାନସ ପତି, ରାକେଶ ବେହେରା, ସତ୍ୟଜିତ ସାହୁ, ଜୟଶ ପାତ୍ର, କୁମାରେଶ ନାୟକ, ଧୋନଂଜୟ ସାହୁ, ସୋନାଲି ଅମ୍ବିକା ସାହୁ, ଶୁଭସ୍ମିତା ହୋତା, ସୁଶ୍ରୀ ନାୟକ, ବିଶ୍ୱାସ ମହାନ୍ତି, ଆୟୁଷ ପ୍ରିୟଦର୍ଶୀ, ରାଜୀବ ବେହେରା ପ୍ରମୁଖ ସହଯୋଗ କରିଥିଲେ ।