ଆଜି ପ୍ରସାରିତ ହେବ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ର ୧୦୦ତମ ଭାଗ
ନୂଆଦିଲ୍ଲୀ : ଆଜି ପ୍ରସାରିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ ର ୧୦୦ତମ ଭାଗ । ରବିବାର ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ରେଡିଓ କାର୍ଯ୍ୟକ୍ରମ ପ୍ରସାରିତ ହେବ । ଆଜିର ଏପିସୋଡକୁ ସବୁ ଦିନ ସ୍ମରଣ କରିବା ପାଇଁ ଲାଇଭ୍ ସ୍କ୍ରିନିଂ ହେବ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଲୋକେ ଆଶା ରଖଛନ୍ତି । ସଂଯୁକ୍ତ ରାଷ୍ଟ୍ର ପରିଷଦର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ର ୧୦୦ତମ ଭାଗ ପ୍ରସାରଣ ହେବ । ନ୍ୟୁୟର୍କରେ ରାତି ସାଢେ ଗୋଟାଏରେ ଏହାକୁ ଶୁଣିବାକୁ ମିଳିବ । ଏହି କାର୍ଯ୍ୟକ୍ରମକୁ ଆକାଶବାଣୀ ସମେତ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଶୁଣି ପାରିବେ ।
ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ‘ମନ୍ କି ବାତ୍’ ଭାଗକୁ ପ୍ରସାରଣ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି । କେବଳ ରାଜଧାନୀ ଦିଲ୍ଲୀରେ ପ୍ରାୟ ୬,୫୩୦ଟି ସ୍ଥାନରେ ପ୍ରସାରଣ ପାଇଁ ଆୟୋଜନ ହୋଇଛି । ଏହି ସହିତ କିଛି ନାଗରିକ ସଂଗଠନ, ଆରଡବ୍ଲୁଏ ବ୍ୟବସାୟୀ ସଂଗଠନ ବିଭିନ୍ନ ସ୍ଥାନରେ ଶୁଣିବା ପାଇଁ ବ୍ୟବସ୍ଥା କରିଛନ୍ତି ।
ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଅଭିନେତା ଅମୀର ଖାନ, ଅଭିନେତ୍ରୀ ରବିନା ଟଣ୍ଡନ, ପୁଡୁଚେରୀର ପୂର୍ବତନ ରାଜ୍ୟପାଳ କିରଣ ବେଦୀ, ସଂଗୀତକାର ରିକ୍କି କେଜ, ଖେଳାଳୀ ନିକହତ ଜରୀନ ଓ ଦୀପା ମଲ୍ଲିକ, କିରସାଗୋ ନିଲେଶ ମିଶ୍ରା, ଉଦ୍ୟୋଗୀ ସଂଜୀବ ଭିକଚନ୍ଦାନୀ, ତଥା ଟି.ବି ମୋହନଦାସ ପଇ ଯୋଗ ଦେବେ ।
ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ ରେଖାଙ୍କିତ କରିଥିବା ବିଭିନ୍ନ ପ୍ରସଙ୍ଗକୁ ୪ଟି ଭାଗରେ ବିଭକ୍ତ କରାଯାଇଛି । ଏଥିରେ ଗୋଟିଏ ପର୍ଯ୍ୟାୟ ନାରୀ ଶକ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଐତିହ୍ୟର ଉନ୍ନତି, ତୃତୀୟ ପର୍ଯ୍ୟାୟରେ ଆତ୍ମନିର୍ଭରତା ଓ ଚତୁର୍ଥ ପର୍ଯ୍ୟାୟରେ ଆହ୍ୱାନରୁ ଆନ୍ଦୋଳନ ଉପରେ ପର୍ଯ୍ୟବେଶିତ ହେବ । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଏହି ସମ୍ମିଳନୀର ସମାପନ ଉତ୍ସବକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଏକ ସ୍ମାରକ ମୁଦ୍ରା ଓ ଡାକ ଟିକେଟ ଲୋକର୍ପଣ କରାଯିବ । ଏହି କ୍ରମରେ କେନ୍ଦ୍ର ଦୂର ସଂଚାର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ , ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଓ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ୩ ଅକ୍ଟୋବରରେ ୨୦୧୪ରେ ପ୍ରଥମ ଥର ପାଇଁ ‘ମନ ବି ବାକ୍’ ଜରିଆରେ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ। ସେବେ ଠାରୁ ପ୍ରତି ମାସରେ ଶେଷ ରବିବାର ନିୟମିତ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା, ଯୁବପୀଢୀ, ଚାଷୀ ଆଦି ବିଭିନ୍ନ ବର୍ଗର ଲୋକଙ୍କୁ ସମୂହିକ ଭାବେ ସମ୍ବୋଧିତ କରି ଆସୁଛନ୍ତି ।
ସୂଚନା ଯେ, ପ୍ରଧାନମନ୍ତ୍ରୀଙ୍କୁ ‘ମନ କି ବାତ୍’ କାର୍ଯ୍ୟକ୍ରମ ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି । ସରକାର ଓ ଲୋକଙ୍କ ମଧ୍ୟରେ ଏହା ଏକ ବ୍ରିଜ୍ ସଦୃଶ କାମ କରୁଛି ।