ବାଲେଶ୍ୱର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଜିଲାର ପୁରୁଣା ଜାତୀୟ ରାଜପଥ ଜଳେଶ୍ୱର ବାଇପାସ୍ ଠାରୁ ଡିପି ପ୍ରାଇମେରୀ ସ୍କୁଲ ଛକ ମଧ୍ୟରେ ସ୍ଥିତ ଗୋବରଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ହାଇ ଲେଭେଲ୍ ବ୍ରିଜ ନିର୍ମାଣ କରିବା ପାଇଁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବ୍ରିଜ୍ ନିର୍ମାଣ ଦ୍ୱାରା ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲିଟି ଠାରୁ ଜଳେଶ୍ୱର ବ୍ଲକର ରାଇବଣିଆ ଏବଂ ମୟୁରଭଞ୍ଜ ଜିଲାର ରାସଗୋବିନ୍ଦପୁର ବ୍ଲକ ମଧ୍ୟରେ ଗମନାଗମନ ସୁବିଧା ସହିତ ଉଭୟ ଜିଲାର ଜନସାଧାରଣଙ୍କ ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ । ଏହି ପରିପ୍ରେକ୍ଷୀରେ ଶନିବାର ବାଲେଶ୍ୱର ଜିଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲାବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ଜିଲା ବିଜେଡ଼ି ଉପ-ସଭାପତି ଗୌରୀ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ହାଇ ଲେଭେଲ୍ ବ୍ରିଜ ନିର୍ମାଣ ପାଇଁ ୧୦୧କୋଟି ୬୬ଲକ୍ଷ ଟଙ୍କା ଅନୁମୋଦନ କରିବା ସହିତ ୩୬ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଉଲ୍ଲେଖ କରିବା ସହିତ ଜିଲାବାସୀ ତଥା ଜଳେଶ୍ୱରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଜିଲା ପରିଷଦ ଉପ-ସଭାପତି ଅନୁସୟା ପ୍ରଧାନ, ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ମାନସ ଜେନା, ଜଳେଶ୍ୱର ମ୍ୟୁନିସିପାଲିଟି ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଲା, ଜିଲା ବିଜେଡ଼ି ଉପ-ସଭାପତି ଭୁବନାନନ୍ଦ ଦାସ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ, ଜିଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶତ୍ରୁଘ୍ନ ମଲ୍ଲିକ, ଜିଲା ଯୁବ ବିଜେଡ଼ି ସଭାପତି ତାପସ କୁମାର ପରିଡ଼ା, ଜିଲା ଛାତ୍ର ବିଜେଡ଼ି ସଭାପତି ସିମନ ଦାସ ମହାପାତ୍ର, ଯୁବନେତା ମଧୁସୂଦନ ସେନାପତି ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ । ଶେଷରେ ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।