ଭାଜପା ପକ୍ଷରୁ ଥାନା ଘେରାଉ, ମୂଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ନବରଙ୍ଗପୁର : ଗତ କାଲି ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚା ରାଜ୍ୟ ସ୍ତରୀୟ ସମାବେଶରେ କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କର୍ଯ୍ୟକର୍ତାଙ୍କ ଉପରେ ଅମାନବୀୟ ମାଡ଼ ମାରି ଲହୁ ଲୁହାଣ କରିବା ସହ ମିଥ୍ୟା କେସ ରୁଜୁ କରିଥିଲା ପୁଲିସ ପ୍ରଶାସନ । ତାହାର ପ୍ରତିବାଦରେ ଆଜି ନବରଙ୍ଗପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓ ବିଜେପି ନେତା ଶ୍ରୀ ଗୌରୀ ଶଙ୍କର ମାଝୀ ଙ୍କ ନେତୃତ୍ୱରେ ନବରଙ୍ଗପୁର ଥାନା ଘେରାଉ କରାଯାଇଛି । ଏଥିରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଚନ୍ଦ୍ର ଭାନୁ ନାୟକ, କାହୁଁ ଦାସ, ଶ୍ରୀ ଶ୍ରୀଧର ପାତ୍ର, ଦ୍ୱେ ଦାସ ମହାକୁଡ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଶର୍ମିଷ୍ଠା ଦେଓ, ମିନତୀ ପଟନାୟକ, ମଧୁ ଗାଦବା, ଶୁଭମ୍ ଚୌଧୁରୀ , ମିଲୁ ପଣ୍ଡା, ମୃତ୍ୟୁଞ୍ଜୟ ମହାରଣା, ଶୁଭେନ୍ଦୁ ସାମନ୍ତରାୟ ସହ ଅନେକ କର୍ୟକର୍ତା ଥାନା ସମ୍ମୁଖରେ ଏକତ୍ରିତ ହୋଇ ରାଜ୍ୟ ସରକାର ବିରୋଧରେ ନାରାବାଜି କରୁଥିଲେ । ରାଜ୍ୟ ସରକାରଙ୍କ କାଠ ପୂତଲା ସାଜିଥିବା ପୁଲିସ ପ୍ରଶାସନ ବିରୋଧରେ ଗର୍ଜି ଥିଲେ ଗୌରୀ ଶଙ୍କର ମାଝୀ ।ଭୁବନେଶ୍ୱରରେ ନିରୀହ କର୍ଯ୍ୟକର୍ତାଙ୍କୁ ମିଥ୍ୟା ମାମଲା ପ୍ରତ୍ୟାହାର କର ନଚେତ୍ ଆମ୍ଭ ମାନଙ୍କୁ ମଧ୍ୟ ଜେଲ୍ ଭୋର ବୋଲି ଶ୍ରୀ ମାଝୀ କହିବା ପରେ ବିଜେପି ନେତୃମଣ୍ଡଳୀ ଥାନା ମଧ୍ୟକୁ ଧସେଇ ପଶିବା ପାଇଁ ଚେଷ୍ଠା କରିଥିଲେ ଫଳରେ କିଛି ସମୟ ପୋଲିସ ଓ କର୍ଯ୍ୟକର୍ତା ମଧ୍ୟରେ କିଛି ସମୟ ପାଇଁ ଧସ୍ଥା ଧସ୍ଥି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରି ଥିଲେ । ଏଥିରେ ଶତାଧିକ କର୍ମି ଉପସ୍ଥିତ ଥିଲେ ।