ଥମୁନି ହିଜାବ ବିବାଦ! ସ୍କୁଲରେ ହିଜାବ ପିନ୍ଧିବାରୁ ଅଧାରୁ ପରୀକ୍ଷା ଛାଡ଼ିଲେ ଛାତ୍ରୀ
ବେଙ୍ଗାଲୁରୁ : କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ଧରୁନି । ସ୍କୁଲରେ ହିଜାବ ପରିଧାନ ନକରିବାକୁ ସ୍କୁଲ ପ୍ରଶାସନ କହିବାରୁ ପରୀକ୍ଷା ନଦେଇ ଫେରିଗଲେ ଦୁଇ ଜଣ ଛାତ୍ରୀ । କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଏଭଳି ଘଟଣା ଘଟିଛି । ପରୀକ୍ଷା ଦେବା ପାଇଁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଏବଂ ୯ମ ଶ୍ରେଣୀର ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଯାଇଥିଲେ। ଏହା ଦେଖିବା ପରେ ସ୍କୁଲ ପ୍ରଶାସନ ତାଙ୍କୁ ବାରଣ କରିଥିଲେ। ହିଜାବ ବାହାର କରିବା ପାଇଁ ତାଙ୍କୁ କହିଥିଲେ ସ୍କୁଲ ପ୍ରଶାସନ। ଏହାପରେ ରାଗି ଯାଇ ଦୁଇ ଜଣ ଛାତ୍ରୀ ପରୀକ୍ଷା ଛାଡି ଅଧାରୁ ଉଠି ସ୍କୁଲ ଛାଡି ପଳାଇଥିଲେ। କଥିତ ରୂପେ ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ହିଜାବ ଉପରେ ଲାଗିଥିବା ବ୍ୟାନ୍କୁ ପାଳନ ନ କରିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଲାଗି ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।
ଜଣେ ଛାତ୍ରୀଙ୍କ ବାପା-ମା’ ଏନ୍ଡିଟିଭିକୁ ଦେଖିବା ଏକ ସାକ୍ଷାତକାର୍ରେ କହିଛନ୍ତି, ପୂର୍ବରୁ ହିଜାବ ପିନ୍ଧିବାକୁ କେବେବି ବାରଣ କରାଯାଇନଥିଲା। ସ୍କଲ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଧାର୍ମିକ ମହତ୍ୱ ଅନୁସାରେ ପୋଷାକ ପିନ୍ଧିବା ଉପରେ ଲଗାଇଥିବା ପ୍ରତିବନ୍ଧକ ପାଳନ ନକରିବାରୁ ପିଲାଙ୍କୁ ଗାଳିଗୁଲଜ କରୁଛନ୍ତି। ଆମ ପିଲାମାନେ ହିଜାବ ପିନ୍ଧି ପଢ଼ିବାକୁ ଚାହୁଁଛନ୍ତି। ଯଦି ହିନ୍ଦୁ ଛାତ୍ରୀମାନେ ସିନ୍ଦୁର ଲଗାଇ, ଖ୍ରୀଷ୍ଟିଆନ୍ ଛାତ୍ରୀମାନେ ବେକରେ ମାଳ ପିନ୍ଧିବା ଭୁଲ୍ ତେବେ ଆମ ପିଲମାନେ ହିଜାବ ପିନ୍ଧିଲେ ଭୁଲ୍ କ’ଣ ବୋଲି ପ୍ରଶ୍ନ ପଚାରିଛନ୍ତି।
ସୂଚନା ମୁତାବକ କର୍ଣ୍ଣାଟକାରେ ହିଜାବ ବିବାଦ ଯୋଗୁ ବନ୍ଦ ଥିବା କଲେଜ ଗୁଡ଼ିକ ପୁଣି ଖୋଲିବ। ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ପ୍ରି-ୟୁନିଭର୍ସିଟି କଲେଜ ଓ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଲେଜରେ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କ୍ଲାସ କରୁଥିବାରୁ ବିବାଦ ଦେଖାଯାଇଥିଲା। ଘଟଣାକୁ ବିରୋଧ କରି ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ କଲେଜଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଥିଲା।