ଉଡ୍ଡି ସେକ୍ଟରରେ ଆତଙ୍କବାଦୀ ମାନଙ୍କ ଅନୁପ୍ରବେଶକୁ ବିଫଳ କଲା ସେନା
ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀରର ବାରାମୁଲା ଜିଲ୍ଲ୍ାରେ ଉଡ୍ଡି ସେକ୍ଟରରେ ଭାରତୀୟ ସେନାର ଜବାନ ମାନେ ଆତଂକବାଦୀ ମାନଙ୍କ ଅନୁପ୍ରବେଶକୁ ବିଫଳ କରି ଦେଇଛନ୍ତି । ଏହା ପରେ ସୁରକ୍ଷା ବଳୟ ସେନାମାନେ ପୁରା ଅଂଚଳରେ ତଲାସି କାମ ଜାରି ରଖିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଉଡି ସେକ୍ଟର ନିୟଂତ୍ରଣ ରେଖାରେ ମୁତୟନ ସେନାର ଜବାନ ମାନେ ମଂଗଳବାର ରାତିରେ ଧୁଲାଂଜା ପୋଷ୍ଟ ପାଖରେ ସଂନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରିଥିଲେ । ଏହା ପରେ ସେନାର ଜବାନମାନେ ଆତଙ୍କବାଦୀ ମାନଙ୍କୁ ଆହ୍ୱାନ କରିଥିଲେ । ପରେ ଆତଙ୍କବାଦୀ ମାନେ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ସୁରକ୍ଷାବଳୟରେ ଥିବା ଜବାନମାନେ ମଧ୍ୟ ପାଲଟା ଗୁଳି ଚାଳନା ଆରମ୍ଭ କରିଥିଲେ ଯାହା ଫଳରେ ଆତଙ୍କବାଦି ମାନେ ପାକିସ୍ଥନ ସୀମାଆଡକୁ ପଳାୟନ କରିଥିଲେ । ସୈନ୍ୟମାନେ ପୁରା ଅଂଚଳକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ । ଯାହା ବୁଧବାର ପର୍ଯ୍ୟନ୍ତ ଜାରି ରହିଛି ।