ବାନ୍ଦୀପୋରାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ : ଜଣେ ଶହୀଦ, ୪ ଆହତ
ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାନ୍ଦୀପୋରାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡିଛି । ସୁରକ୍ଷାକର୍ମୀଙ୍କ ଏକ ଟିମ୍ ଉପରେ ଗ୍ରେନେଡ୍ ମାଡ ହୋଇଛି । ଆକ୍ରମଣ ରେ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବାନ୍ଦୀପୋରା ଜାମ୍ମୁ କାଶ୍ମୀର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଚାନକ ଆକ୍ରମଣ କରିଥିଲେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀ । ପୋଲିସର ଏକ ଟିମ୍ ଏବଂ ସିଆର୍ପିଏଫ୍ ଉପର ଆକ୍ରମଣ ହୋଇଛି । ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସହିଦ ଯବାନ ଜୁବୈଦ ଅହମ୍ମଦ ବୋଲି ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ବର୍ତମାନ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।