କୁଲଗାମରେ ଆତଙ୍କୀ ଆକ୍ରମଣ : ଜଣେ ଯବାନ ଶହୀଦ, ୨ ଆହତ
ଶ୍ରୀନଗର : ଜମ୍ମୁ କଶ୍ମୀରର କୁଲଗାମରେ ପୋଲିସ ଟିମ ଉପରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀଙ୍କ ଆକ୍ରମଣ । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣ ପରେ ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରାଯାଇଛି । ଏଥିସହ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ସୂଚନା ଅନୁଯାୟୀ ପୋଲିସର ଏକ ଟିମ୍ କୁଲଗାମର ପମୱେ ଲାଇନକୁ ଯାଉଥିଲେ । ସେହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଫଳରେ ୩ ଜଣ ଯବାନ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ସଂଗେ ସଂଗେ ହସ୍ପିଟାଲ ନିଆଯିଇଥିଲା । ତେବେ ଜଣେ ଯବାନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରେ ଅତିରିକ୍ତ ଯବାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଛନ୍ତି । କିନ୍ତୁ ଦୀର୍ଘ ସମୟ ପରେ ବି ଆତଙ୍କବାଦୀଙ୍କର କୌଣସି ଖବର ମିଳିପାରି ନାହିଁ ।