ଅବସର ଘୋଷଣା କଲେ ଟେନିସ୍ ଷ୍ଟାର ସାନିଆ ମିର୍ଜା
ନୂଆଦିଲ୍ଲୀ : ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ବଡ଼ ଘୋଷଣା । ଆଉ ତାଙ୍କର ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । କାନ୍ଧରେ ଲାଗିଥିବା ଆଘାତ କାରଣରୁ ସେ ଟେନିସରୁ ଅବସର ନେବାକୁ ନିଷ୍ପତି ନେଇଥିବା କହିଛନ୍ତି ।
ତେବେ ଆସନ୍ତା ମାସ ଦୁବାଇରେ ହେବାକୁ ଥିବା ଟେନିସ୍ ଚାମ୍ପିୟନସିପ୍ରେ ସେ ତାଙ୍କର ଅନ୍ତିମ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି । ଏହି ଚାମ୍ପିଅନସିପ୍ ସାନିଆଙ୍କ କ୍ୟାରିୟରର ଶେଷ ଟୁର୍ନାମେଂଟ ହେବ । ଆସନ୍ତା ୧୯ ଫେବୃଆରୀରୁ ଦୁବାଇରେ ଟେନିସ୍ ଚାମ୍ପିଅନସିପ୍ ଆରମ୍ଭ ହେବ । ଏହା ବିଶ୍ୱ ଟେନିସ୍ ଆସୋସିଏସନ୍ର ୧୦୦୦ ତମ ଇଭେଂଟ ହେବ । ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଅନୁଯାୟୀ, ଏହି ଟୁର୍ଣ୍ଣାମେଂଟରେ ସାନିଆ ନିଜ ଫ୍ୟାନ୍ସଙ୍କୁ ଶେଷ ଥର ପାଇଁ ଟେନିସ୍ ମୈଦାନରେ ନିଜର ଜଲୱା ଦେଖାଇବେ ।
୩୬ ବର୍ଷୀୟ ସାନିଆ ମିର୍ଜା ମଧ୍ୟ ଡବଲ୍ସରେ ବିଶ୍ୱରେ ଏକ ନମ୍ବର ରହିସାରିଛନ୍ତି । କୁହାଯାଉଛି ଯେ, ଗତବର୍ଷ ସାନିଆ ଘୋଷଣା କରିଥିଲେ ଯେ ସେ ୨୦୨୨ର ଶେଷରେ ଅବସର ନେବେ । କିନ୍ତୁ କାନ୍ଧରେ ଆଘାତ ଲାଗିଥିବାରୁ ସେ ୟୁଏସ୍ ଓପନ୍ ଖେଳି ପାରିନଥିଲେ । ଏଭଳି ପରିସ୍ଥିତିରେ ସାନିଆ ମିର୍ଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିୟନ ଓପନ୍ ଖେଳିବେ । ଏହାପରେ ସେ ୟୁଏଇରେ ଚାମ୍ପିଅନସିପ୍ ଖେଳିବା ପରେ ଟେନିସ୍ ଜଗତରୁ ବିଦାୟ ନେବେ ।