ରାଜ୍ୟରେ ତାତି ଅସହ୍ୟ, ୧୩ରୁ ଆହୁରି ବଢିବ ପାରଦ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏବେଠୁ ତାତି ଅସହ୍ୟ । ଆଗକୁ ଆହୁରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରଭାବିତ ହେଉଥିବା ଆଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଏବଂ ବାୟୁମଣ୍ଡଳର ଉପରି ଭାଗରେ ଏକ ଟ୍ରଫ୍ ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ଥିବା ହେତୁ ରାଜ୍ୟରେ ଆସନ୍ତା ୧୩ ତାରିଖରୁ ବୃଦ୍ଧି ପାଇବ ଦିନ ତାପମାତ୍ରା । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ପୂର୍ବନୁମାନ କରାଯାଇଛି ।
ଏନେଇ ସିଇସି କହିଛି, ଆରବ ସାଗର ଆଡୁ ପୂର୍ବ ଭାରତ ଆଡ଼କୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ । କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରି ସେଲ୍ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ । ବର୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରି ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ରୁ ୩୭ ଡିଗ୍ରି ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ । ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇନାହିଁ ବୋଲି ବୁଲେଟିନ୍ରେ କୁହାଯାଇଛି ।