ସମନ ସତ୍ତ୍ୱେ ସିବିଆଇରେ ହାଜର ହେଲେନି ତେଜସ୍ୱୀ ଯାଦବ
ପାଟନା : ସମନ ସତ୍ତ୍ୱେ ସିବିଆଇରେ ହାଜର ହେଲେନି ତେଜସ୍ୱୀ ଯାଦବ । ଜମି ବଦଳରେ ଚାକିରି ଜାଲିଆତି ମାମଲାରେ ପଚରାଉଚରା ପାଇଁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇ ଆଜି ସମନ କରିଥିଲା। ତେଜସ୍ୱୀ ଆଜି ସିବିଆଇରେ ହାଜର ହେବା କଥା। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀଙ୍କୁ ମାର୍ଚ୍ଚ ୪ରେ ସିବିଆଇ ଡକାଇଥିଲା କିନ୍ତୁ ସେ ଯାଞ୍ଚ ଏଜେନ୍ସିରେ ହାଜର ହୋଇନଥିଲେ। ତାଙ୍କ ବିରୋଧରେ ପ୍ରମାଣ ଏବଂ କାଗଜପତ୍ରକୁ ଆଧାର କରି ସିବିଆଇ ଦ୍ୱିତୀୟ ଥର ପାଇଁ ଆରଜେଡି ନେତା ତେଜସ୍ୱୀଙ୍କୁ ଡକାଇଥିଲା।
କିନ୍ତୁ ଆଜିର ନୋଟିସ୍ରେ ମଧ୍ୟ ସେ ହାଜର ହୋଇ ନଥିଲେ। ତେଜସ୍ୱୀଙ୍କ ପତ୍ନୀ ଗର୍ଭବତୀ ଏବଂ ସେ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ତେଜସ୍ୱୀ ଆଜି ହାଜର ହୋଇପାରିବେ ନାହିଁ ବୋଲି ସିବିଆଇକୁ ଜଣାଇଛନ୍ତି । ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ କାରଣରୁ ତେଜସ୍ୱୀ ଯାଦବ ସିବିଆଇରେ ହାଜର ହୋଇ ନାହାନ୍ତି । ଇଡି ରେଡ୍ ପରେ ତେଜସ୍ୱୀଙ୍କ ପତ୍ନୀ ଗତକାଲି ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଗର୍ଭବତୀ ଅଛନ୍ତି ଏବଂ ୧୨ ଘଣ୍ଟା ଜେରା ପରେ ତାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିବାରୁ ସେ ଅଧିକ ଅସୁସ୍ଥ ହୋଇପଡିଥିବା କହିଛନ୍ତି।