ପୁରୁଣା ପେନସନ ଯୋଜନା ଲାଗୁ ପାଇଁ ବୈଠକ
ବାରିପଦା : ବାରିପଦା ପ୍ରାଥମିକ ଶିକ୍ଷକ ଭବନ ପରସରରେ ଶିକ୍ଷକ ସଂଘ ପକ୍ଷରୁ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ବୈଠକରେ ସଂଘର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ ସଭାପତିତ୍ୱ କରି ନୂତନ ପେନସନ ଯୋଜନା ବଦଳରେ ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ କରିବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଅନେକ ପଛରେ ପତିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ବିଭାଗ ଓ ବର୍ଗର ନୂତନ ପେନସନ ଭୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ଆଗାମୀ ତା ୧୭. ୦୪.୨୦୨୨ ରିଖ ରବିବାର ଦିବା ୧୦ ଘଟିକା ସମୟରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହ୍ୱାନ କରାଯାଇଅଛି । ଉକ୍ତ ବୈଠକରେ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ବୈଠକରେ ଜିଲ୍ଲା ସଂଯୋଜକ ହରେକୃଷ୍ଣ ବାରିକ, ମହାସଚିବ ଜାମିନୀ କାନ୍ତ ପଣ୍ଡା, ଉପାଧ୍ୟକ୍ଷା ବନକୁମାରୀ ସିଂ, ପ୍ରଭାତ କୁମାର ସାହୁ, ମିଡିଆ ସଂଯୋଜକ ଗଦାଧର ନାୟକ, କପ୍ତିପଦା ବ୍ଲକ ସଂଯୋଜକ ଜଗନ୍ନାଥ ପଣ୍ଡା, ଶୁଳିଆପଦା ବ୍ଳକ ସଂଯୋଜକ ଗୟା ପ୍ରସାଦ ମହାନ୍ତ, ଗୁରୁଚରଣ ମହାନ୍ତ, ବ୍ୟମୋକେଶ ଦତ, ଛବିରାଣୀ ବାରିକ, ବିଭାକର ଲେଙ୍କା, ବେଣୁ ଗୋପାଳ ମହାନ୍ତ, ରାକେଶ ପ୍ରଧାନ, କାଳୀ ଶଙ୍କର ଦାସ, ପ୍ରଦୀପ କୁମାର ନାଥ, ରାଜସ୍ୱ ବିଭାଗର ଜଗବନ୍ଧୁ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ ।