ମା’ ଦାଣ୍ଡକାଳୀଙ୍କ ଆଶିଷ ନେଇ ବିରାଟ ମଟରସାଇକେଲ ଶୋଭାଯାତ୍ରା କରି ପ୍ରଚାରର ଶ୍ରୀଗଣେଶ କଲେ ସୁକାନ୍ତ
ନୀଳଗିରି : ବିଳମ୍ବରେ ନାମ ଘୋଷଣା ହୋଇଥିଲେ ମଧ୍ୟ ନୀଳଗିରି ବିଜେଡ଼ି ଟିକେଟ ହାତେଇଛନ୍ତି ବର୍ତ୍ତମାନର ବିଧାୟକ ସୁକାନ୍ତ ନାୟକ। ଟିକେଟ ଘୋଷଣା ପରେ ଅଧିକ ଚଳଚଞ୍ଚଳ ହୋଇଛି ସୁକାନ୍ତ ଶିବିର। ଟିକେଟ ହାତେଇବା ପରେ ଆଜି ସକାଳେ ଖନ୍ତାପଡା ସ୍ଥିତ ମା ଦାଣ୍ଡକାଳୀ ନିକଟରେ ପହଞ୍ଚି ମା ଙ୍କ ପୂଜାର୍ଚ୍ଚନା କରିବା ସହିତ ଆଶିଷ ଭିକ୍ଷା କରି ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ପ୍ରଚାରର ଶ୍ରୀଗଣେଶ କରି ଖାନ୍ତାପଡ଼ା ବଜାର, ଦରିଆ ଛକ, ପଦାଗାଁ, ଚଷାଖଣ୍ଡ, ଦକ୍ଷିଣ ନରସିଂହପୁର, ପ୍ରତାପଡା, ବାଉଁଶବଣିଆ, ନୀଳଗିରିରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ସଜନାଗଡ ଯାଇ ମା ଭୂଦାରଚଣ୍ଡୀଙ୍କ ଦର୍ଶନ କରିଥିଲେ। ଦୀର୍ଘ ୧୫କିଲୋମିଟରରୁ ଉର୍ଦ୍ଧ ରାସ୍ତା ପରିକ୍ରମା କରିଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ଏବଂ ସାଂସଦ ପ୍ରାର୍ଥୀ ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଉଛୋସ୍ଵିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଶୋଭାଯାତ୍ରାରେ ପ୍ରାୟ ତିନିହଜାର ମଟର ସାଇକେଲ ଦୀର୍ଘ ତିନି କିଲୋମିଟର ଧରି ଏକ ଲମ୍ବା ରାସ୍ତାରେ ଯାଇଥିବା ଦେଖିବାକୁ ମିଳିଥିଲା।
ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ନାୟକଙ୍କ ସହିତ ବାଲେଶ୍ୱର ଲୋକସଭା ପ୍ରାର୍ଥୀନୀ ଶ୍ରୀମତୀ ସାମନ୍ତସିଂହାରଙ୍କୁ ଏଭଳି ଭବ୍ୟ ସ୍ବାଗତ ଦେଖି ନୀଳଗିରିବାସୀଙ୍କ ଭଲପାଇବା, ସ୍ନେହ ଓ ଉତ୍ସାହ ମୋ ପ୍ରତି ଆଶୀର୍ବାଦ ବୋଲି ସୁକାନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଥିପାଇଁ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛଶାସନ, ନିରନ୍ତର ବିକାଶଧାରାରେ ଓଡିଶା ପ୍ରଗତି ପଥରେ ଆଗେଇ ଚାଲିଛି। ଏଥିରେ ନିଜକୁ ସାମିଲ କରି ସମୃଦ୍ଧ ଓ ବିକଶିତ ନୀଳଗିରି ନିର୍ବାଚନ ମଣ୍ଡଳୀ ଗଠନ କରିବା ଦିଗରେ ନିଜର ଭାଗିଦାରୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନୀଳଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରି ଆଗାମୀ ନିର୍ବାଚନରେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଶ୍ରୀଯୁକ୍ତ ନାୟକ କହିଥିଲେ। ତେବେ ଆଜିର ଏହି ଶୋଭାଯାତ୍ରାରେ ଲୋକଙ୍କର ଏଭଳି ଭଲପାଇବା ଦେଖି ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କର ହ୍ୟାଟ୍ରିକ ବିଜୟ ନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁକାନ୍ତ। ଏହି ବାଇକ୍ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ ପରିଡା, ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଉପସ୍ଥିତ ଥିଲା ବେଳେ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମି ମାଝୀ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନ ମୋହନ ମାଝୀ, ୧୧ନଂ ଜିଲ୍ଲାପରିଷଦ ସଭ୍ୟା ସୁବର୍ଣା ମଞ୍ଜରୀ ସିଂ, ୧୩ନଂ ଜିଲ୍ଲାପରିଷଦ ସଭ୍ୟ ଗତୀକୃଷ୍ଣ ନନ୍ଦ, ଏସ ସି ସେଲ ଅଧକ୍ଷ ଶରତ ଦାସ,ରବୀନ୍ଦ୍ର ପରିଡା, କାଉନସିଲର ଗୌରାଙ୍ଗ ବିନ୍ଧାଣୀ, କମଳାମଣି ପରିଡା, ଭାଗବତ ଖିଲାର ପ୍ରମୁଖ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।