ଟି-୨୦ ବିଶ୍ୱକପ୍ : ଇଂଲଣ୍ଡକୁ ୧୨୬ରନର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଶନିବାର ଏକ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୨୫ ରନ ସଂଗ୍ରହ କରିଛି । ଫଳରେ ଇଂଲଣ୍ଡକୁ ବିଜୟ ପାଇଁ ୧୨୬ରନର ଆବଶ୍ୟକ ରହିଛି ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ନିୟମିତ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଉପରଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଦଳର ରନଗତି ଧୀମମେଇ ଯାଇଥିଲା । ତେବେ ଅଧିନାୟକ ଆରନ ଫିଞ୍ଚ୍ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ୪୪ରନ କରିଥିଲେ । ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନମାନଙ୍କ ଉପଯୋଗୀ ଯୋଗଦାନ ଫଳରେ ଦଳ ୨୦ ଓଭରରେ ୧୨୫ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି, କ୍ରିସ ଓକ୍ସ ଓ ଟାଇମାଲ ମିଲ୍ସ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି ଓ ବିଜୟ ଲାଭ କରିଛନ୍ତି ।