ଟି-୨୦ ବିଶ୍ୱକପ : ପାକିସ୍ତାନକୁ ମାତ ଦେବା ପାଇଁ ଟିମ୍ ଇଣ୍ଡିଆର ଏହା ହେବ ପ୍ଲେଇଂ ଇଲେଭେନ !
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେବା ଦିନଠାରୁ କେବଳ ଗୋଟିଏ ପ୍ରଶ୍ନ ଅଧିକ ସାମ୍ନାକୁ ଆସିଛି ଯେ କେଉଁ ୧୧ ଜଣ ଖେଳାଳି ପାକିସ୍ତାନ ବିପକ୍ଷରେ ଭାରତ ତରଫରୁ ପଡିଆକୁ ଓହ୍ଲାଇବେ । ଟିମ୍ ମ୍ୟାନେଜମେଣ୍ଟ ଭଲଭାବେ ଜାଣିଛି ଯେ ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ, ପ୍ଲେଇଂ ଇଲେଭେନ କିପରି ହେବ ତାହାକୁ ନେଇ ବହୁ ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଥଲା । ସେହିପରି ପାକିସ୍ତାନ ମଧ୍ୟ ପୁଣିଥରେ ଟି-୨୦ ବିଶ୍ୱକପରେ ଭାରତକୁ ମାତ ଦେବାପାଇଁ ରାଣିନୀତି ପ୍ରସ୍ତୁତ କରିସାରିଛି ।
ଟି-୨୦ ବିଶ୍ୱକପ୍ର ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବୟାନ ଦେଇ କହିଥିଲେ ଯେ ଦଳର ପାକିସ୍ତାନ ବିପକ୍ଷ ପ୍ଲେଇଂ ଇଲେଭେନ ବହୁ ପୂର୍ବରୁ ସ୍ଥିର ହୋଇ ସାରିଛି । ତେବେ ସେ ଏ ସମ୍ପର୍କରେ ସେ ଆଉ କୌଣସି ଅପଡେଟ୍ ଦେଇ ନାହାଁନ୍ତି । ଭାରତର ବ୍ୟାଟିଂ ଅର୍ଡର ପ୍ରାୟ ସ୍ଥିର ହୋଇଛି । ପ୍ରଶ୍ନ କେବଳ ବର୍ତ୍ତମାନ ଦୀନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କୁ ନେଇ ରହିଛି । ଦୁଇ ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କାର୍ତ୍ତିକଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ, ଯିଏ ୱାର୍ମ ଅପ୍ ମ୍ୟାଚ୍ ମଧ୍ୟ ଖେଳିଥିଲେ । ବିଶ୍ୱକପ ପୂର୍ବରୁ ହୋଇଥିବା ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଯାଇଥିଲା ।
ଟିମ୍ ଇଣ୍ଡିଆ ସାମ୍ନାରେ ଦ୍ୱିତୀୟ ବଡ଼ ପ୍ରଶ୍ନ ହେଉଛି ୟୁଜବେନ୍ଦ୍ର ଚହଲ ଓ ଆର ଅଶ୍ୱିନଙ୍କ ମଧ୍ୟରୁ କେଉଁ ସ୍ପିନରଙ୍କୁ ଦଳରେ ସ୍ଥାନ ଦିଆଯିବ । ଏହା ନିଶ୍ଚିତ ଯେ ଟିମ୍ ଇଣ୍ଡିଆ ଦୁଇଟି ସ୍ପିନର ଓ ତିନି ଦ୍ରୁତ ବୋଲରଙ୍କ ସହ ନଜର ଆସିବ । ଦଳରେ ଅକ୍ଷର ପଟେଲଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ହୋଇ ସାରିଛି, ଏଭଳି ପରିସ୍ଥିତିରେ ଦଳରେ କେବଳ ଆଉ ଜଣେ ସ୍ପିନରଙ୍କୁ ସ୍ଥାନ ଦେବ, ଯେଉଁଥି ପାଇଁ ଚହଲ ଏକ ବଡ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି । ଅଶ୍ୱିନଙ୍କ କମ ଇକୋନୋମିରେ ବୋଲିଂ କରିବାକୁ ନେଇ ଜଣାଶୁଣା କିନ୍ତୁ ଟିମ୍ ଇଣ୍ଡିଆ ଚହଲ ଜଣେ ୱିକେଟ୍ ନେଉଥିବା ବୋଲର । ତେଣୁ ପ୍ଲେଇଂ ଇଲେଭେନରେ ଚହଲଙ୍କୁ ସ୍ଥାନ ମିଳିପାରେ ।
ଫାଷ୍ଟ ବୋଲିଂ ବିଷୟରେ ଆଲୋଚନା କଲେ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାରଙ୍କ ବ୍ୟତୀତ ୱାର୍ମ ଅପ୍ ମ୍ୟାଚ୍ ରେ ଆତଙ୍କ ସୃଷ୍ଟି କରିଥିବା ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିପାରେ । ନିକଟରେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଶାମିଙ୍କୁ ଦଳରେ ସାମିଲ କରାଯାଇଥିଲା । ଦଳରେ ତାଙ୍କର ସ୍ଥାନ ପ୍ରାୟ ନିଶ୍ଚିତ ମନେ ହେଉଛି । ଦଳ ପାଇଁ ଚତୁର୍ଥ ଦ୍ରୁତ ବୋଲର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ଦାୟିତ୍ୱ ନିଭାଇବେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ହର୍ଷଲ ପଟେଲଙ୍କୁ ସୁଯୋଗ ମିଳିବା ଅତ୍ୟନ୍ତ କଷ୍ଟକର ।
ପାକିସ୍ଥାନ ବିପକ୍ଷରେ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ- ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ ।