ଟି-୨୦ ବିଶ୍ୱକପ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଜି ଟି-୨୦ ବିଶ୍ୱକପରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ ହାଇ ଭୋଲଟେଜ ମ୍ୟାଚ୍ । ଏହି ମ୍ୟାଚ ପାକିସ୍ତାନ ପାଇଁ କର ବା ମର ପରିସ୍ଥତି । ଆଜି ଯଦି ପାକିସ୍ତାନ ହାରୁଛି ତେବେ ସେମିଫାଇନାଲ ରେସରୁ ପାକିସ୍ତାନ ବାଦ ପଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କାରଣ ପାକିସ୍ତାନ ପୂର୍ବରୁ ଦୁଇଟି ମ୍ୟାଚ ହାରି ସାରିଛି । ସେହିପରି ଦକ୍ଷିଣ ଆଫ୍ରିକା ମୋଟ ୩ ଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରଖିବା ସହ ୫ ପଏଂଟ୍ ପାଇଛି । ସେହିପରି ପାକିସ୍ତାନ ୩ ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହେବା ସହ ମାତ୍ର ୨ ପଏଂଟ୍ ପାଇଛି । ଆଜି ଯଦି ପାକିସ୍ତାନ ବିଜୟୀ ହେଉଛି ତେବେ ସେମିଫାଇନାଲ ପାଇଁ ପାକିସ୍ତାନ କିଛିଟା ସୁଯୋଗ ରହିବ । ଆଉ ଯଦି ହାରୁଛି ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଗୁପ୍ ଏରୁ ସେମିଫାଇନାଲ ଯିବା ସ୍ପଷ୍ଟ ହୋଇଯିବ । ଏହି ପରିପ୍ରେକ୍ଷୀରେ ପଡିଥିବା ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା ।
ପାକିସ୍ତାନକୁ ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଥିବା ନିଜର ମ୍ୟାଚ୍କୁ ଜିତିବାକୁ ପଡ଼ିବ। ଏପରି ସ୍ଥିତିରେ ଯଦି ଦକ୍ଷିଣ ଆଫ୍ରିକାର ତା’ର ଶେଷ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଠାରୁ ହାରି ଯାଏ କିମ୍ବା ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଏ, ତା’ହେଲେ ପାକିସ୍ତାନ ପାଖରେ ସେମି ଫାଇନାଲ ଖେଳିବାର ସୁଯୋଗ ରହିବ। ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇବା ବେଳେ ପାକିସ୍ତାନକୁ ତା’ର ରନରେଟ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। କାରଣ ନେଦରଲ୍ୟାଣ୍ଡ୍ସ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଯଦି ବର୍ଷା ଯୋଗୁ ବାତିଲ ହେବ, ତା’ହେଲେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିବ। ଏପରି ସ୍ଥିତିରେ ପାକିସ୍ତାନ ୨ଟି ମ୍ୟାଚ୍ରେ ଜିତଲେ ୬ ପଏଣ୍ଟ ପାଇବ। ଦକ୍ଷିଣ ଆଫ୍ରିକା ବାତିଲ ଯୋଗୁ ୧ ପଏଣ୍ଟ ପାଇଲେ, ଏହାର ସଂଖ୍ୟା ମଧ୍ୟ ୬ ହେବ। ଏପରି ସ୍ଥିତିରେ ରନ ରେଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାବାଦ ରନ ରେଟ୍ ଖରାପ ରହିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ବାତିଲ ହେବା ମାତ୍ରେ ପାକିସ୍ତାନକୁ ସେମି ଟିକେଟ ମିଳିବ। ଆଇସିସି ପ୍ଲେଇଂ କଣ୍ଡିସନର କ୍ଲଜ ୧୬.୧୦.୨(ବି) ଅନୁଯାୟୀ, ଯଦି ଦୁଇଟି ଟିମ୍ର ପଏଣ୍ଟ ସଂଖ୍ୟା ସମାନ ରହୁଛି, ଏପରି ସ୍ଥିତିରେ କେଉଁ ଦଳ କେତୋଟି ମ୍ୟାଚ୍ ଜିତିଛି, ତା’ଉପରେ ଫୋକସ କରାଯିବ। ସେହି ଆଧାରରେ ଅଧିକ ବିଜୟ ହାସଲ କରିଥିବା, ତା’କୁ ଟପ୍ ୪ରେ ସ୍ଥାନ ମିଳିବ। ଯଦି ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯିବ, ତା’ହେଲେ ଦକ୍ଷିଣ ଆଫ୍ରିକା ୨ଟି ବିଜୟ ଓ ୨ଟି ବର୍ଷା ଜନିତ ବାତିଲ ପାଇଁ ୬ ପଏଣ୍ଟ ପାଇଥିବା ଧରି ନିଆଯୀବ। ପାକିସ୍ତାନ ଏବେ ସୁଦ୍ଧା ନେଦରଲ୍ୟାଣ୍ଡ୍ସକୁ ହରାଇଛି। ଆଗକୁ ଯଦି ଦକ୍ଷିଣ ଆଫ୍ରିକା ଓ ରବିବାର ବାଂଲାଦେଶକୁ ହରାଇବ, ତା’ହେଲେ ଏହା ବିଜୟ ସଂଖ୍ୟା ୩ ଥିବ। ତେଣୁ ଦକ୍ଷିଣ ଆଫ୍ରିକା ବଦଳରେ ପାକିସ୍ତାନକୁ ସେମି ଟିକେଟ ମିଳିବ। ପାକିସ୍ତାନ ଯଦି ତା’ର ବାକି ୨ଟି ଯାକ ମ୍ୟାଚ୍ ଜିତୁଛି ଓ ଭାରତ ବୃହତ୍ତ ବ୍ୟବଧାନରେ ଜିମ୍ବାୱେ ଠାରୁ ହାରିବ, ତା’ହେଲେ ନେଟ ରନରେଟ୍ ଆଧାରରେ ପାକିସ୍ତାନ ସେମି ଫାଇନାଲକୁ ଯାଇ ପାରିବ। କାରଣ ଭାରତ ତୁଳନାରେ ପାକିସ୍ତାନର ରନରେଟ ବର୍ତ୍ତମାନ ସୁଦ୍ଧା ଭଲ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପାକିସ୍ତାନକୁ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ଆସନ୍ତାକାଲି ହରାଇବାକୁ ପଡ଼ିବ। ଯଦି ପାକିସ୍ତାନ ପରାସ୍ତ ହେଉଛି, ତା’ହେଲେ ପାକିସ୍ତାନର ସବୁ ଆଶା ଚୂରମାର ହୋଇଯିବ। ଦକ୍ଷିଣ ଆଫ୍ରିକା ଏଯାଏ ୩ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି। ତେଣୁ ଦଳ ଏଯାଏ ଟି-୨୦ ବିଶ୍ୱକପରେ ଅପରାଜେୟ ରହିବାର ରେକର୍ଡ କାଏମ ରଖିଛି।