ଟି-୨୦ ବିଶ୍ୱକପ : ସେମିଫାଇନାଲରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଇଂଲଣ୍ଡ-ଭାରତ ମୁକାବିଲା
ମେଲବୋର୍ଣ୍ଣ : ଚଳିତ ଟି-୨୦ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ । ଆଜି ଭାରତ ଗ୍ରୁପ ୨ର ଶେଷ ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ହରାଇଛି । ଏହି ବିଜୟ ସହ ଭାରତ ୮ ପଏଣ୍ଟ ସହ ଗ୍ରୁପ ଟପ୍ପର ହୋଇଛି । ଦ୍ଵିତୀୟ ସ୍ଥାନରେ ରହି ପାକିସ୍ତାନ ମଧ୍ୟ ଏହି ଗ୍ରୁପରୁ ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସଠାରୁ ହାରିବା ପରେ ପାକିସ୍ତାନ ବାଂଲାଦେଶକୁ ହରାଇଥିଲା । ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ଭେଟିବ । ନ୍ୟୁଜିଲାଣ୍ଡ ଗ୍ରୁପ ୧ରେ ପ୍ରଥମ ଓ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।
ଟି-୨୦ ବିଶ୍ଵ କପ୍ ୨୦୨୨ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ନଭେମ୍ବର ୯ ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ। ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ନଭେମ୍ବର ୧୦ରେ ଆଡିଲେଡ୍ର ଓଭାଲ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଦୁଇ ସେମି ଫାଇନାଲ୍ ମ୍ୟାଚ୍ର ବିଜେତା ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।
ଟି-୨୦ ବିଶ୍ଵ କପ୍ ୨୦୨୨ର ସୁପର ୧୨ ମୁକାବିଲା ସମାପ୍ତ ପରେ ସେମି ଫାଇନାଲ୍ ପାଇଁ ଚାରୋଟି ଦଳ ସ୍ଥିର ହୋଇ ଯାଇଛି। ଆଉ ନକଆଉଟ୍ ପର୍ଯ୍ୟାୟର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇ ଯାଇଛି। ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିକୁ ଉନ୍ନୀତ ହୋଇଥିବା ବେଳେ ଗ୍ରୁପ-୨ରୁ ଭାରତ ଏବଂ ପାକିସ୍ତାନ ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଭାରତ ନିଜର ଶେଷ ମୁକାବିଲାରେ ଜିମ୍ବାଓ୍ଵେକୁ ୭୧ ରନରେ ହରାଇ ଗ୍ରୁପ-୨ର ଶୀର୍ଷ ସ୍ଥାନ ହାସଲ କରିଛି। ଦୁଇ ଗ୍ରୁପରେ ଶୀର୍ଷରେ ଥିବା ଦଳ ଅନ୍ୟ ଗ୍ରୁପର ଦ୍ଵିତୀୟ ସ୍ଥାନରେ ଥିବା ଦଳ ସହ ମ୍ୟାଚ୍ ଖେଳିବେ। ତେଣୁ ସେମି ଫାଇନାଲ୍ରେ ଗ୍ରୁପ-୨ର ଶୀର୍ଷରେ ଥିବା ଦଳ ଭାରତ ସେମି ଫାଇନାଲ୍ରେ ଗ୍ରୁପ-୧ରେ ଦ୍ଵିତୀୟରେ ଥିବା ଇଂଲଣ୍ଡକୁ ଭେଟିବ। ସେହି ପରି ନ୍ୟୁଜିଲାଣ୍ଡ ସେମିରେ ପାକିସ୍ତାନ ସହ ମୁକାବିଲା କରିବ।
ସେମି ଫାଇନାଲ୍ କ୍ରୀଡାସୂଚୀ :
ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୯, ସିଡନୀ(ଅପରାହ୍ନ ୧ଟା୩୦)
ଭାରତ ବନାମ ଇଂଲଣ୍ଡ- ନଭେମ୍ବର ୧୦, ଆଡିଲେଡ୍(ଅପରାହ୍ନ ୧ଟା୩୦)