ଟି-୨୦ ବିଶ୍ୱକପ୍ ଚୂଡ଼ାନ୍ତ, ଜାଣନ୍ତୁ କେଉଁ ଗ୍ରୁପ୍ରେ କେଉଁ ଦଳ
ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍ ହେବାକୁ ଯାଉଛି । ଆୟରଲାଣ୍ଡ, ସ୍କଟଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ସହିତ ଜିମ୍ବାୱେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପୁରୁଷ ବିଶ୍ୱ କପ୍-୨୦୨୨ର ପ୍ରଥମ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗ୍ରୁପ ବିରେ ଅନ୍ତିମ ସ୍ଥାନ ହାସଲ କରିଥିବା ଜିମ୍ବାୱେ ନେଦରଲାଣ୍ଡକୁ ହରାଇ ଯୋଗ୍ୟତା ଅର୍ଜନ କରିଛି । ପ୍ରଥମ ଥର ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍ ହେବାକୁ ଯାଉଛି । ଅକ୍ଟୋବର ୧୬ରୁ ନଭେମ୍ବର ୧୩ ମଧ୍ୟରେ ସାତ ସହରରେ ଏହାର ଆୟୋଜନ ହେବ । ଏହି ମେଗା ଟୁର୍ଣ୍ଣାମେଂଟ ପାଇଁ ଗ୍ରୁପ୍ ଷ୍ଟେଜର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇ ସାରିଛି । ବିଶ୍ୱ କପର ପ୍ରଥମ ପର୍ଯ୍ୟାୟ ପାଇଁ ନେଦରଲାଣ୍ଡ ମଧ୍ୟ ଯୋଗ୍ୟତ ଅର୍ଜନ କରିଛି ।
ଗ୍ରୁପ ଏରେ ନାମିବିଆ, ଶ୍ରୀଲଙ୍କା, ୟୁଏଇ ଏବଂ ନେଦରଲାଣ୍ଡକୁ ସ୍ଥାନ ମିଳିଥିବା ବେଳେ ଗ୍ରୁପ ବିରେ ଆୟରଲାଣ୍ଡ, ସ୍କଟଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ବ୍ୟତୀତ ଗ୍ରୁପ ଏର ବିଜେତା ଏବଂ ଗ୍ରୁପ ଏର ଉପବିଜେତାଙ୍କୁ ସ୍ଥାନ ମିଳିଛି । ସେହିପରି ଗ୍ରୁପ ୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବ୍ୟତୀତ ଗ୍ରୁପ ଏର ଉପ ବିଜେତାଦଳ ଏବଂ ଗ୍ରୁପ ବିର ଉପବିଜେତା ସାମିଲ୍ । ଏହି ପରି ପ୍ରଥମ ପର୍ଯ୍ୟାୟରେ ୮ଟି ଦଳ ମଧ୍ୟରେ ମୁକାବିଲା ହେଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଦଳ ରହିବେ ଏବଂ ସୁପର ୧୨ ମୁକାବିଲା ଖେଳିବେ ।
ଗ୍ରୁପ ଏ- ନାମ୍ବିଆ, ଶ୍ରୀଲଙ୍କା, ୟୁଏଇ ଏବଂ ନେଦରଲାଣ୍ଡ । ଗ୍ରୁପ ବି- ଆୟରଲାଣ୍ଡ, ସ୍କଟଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ । ଗ୍ରୁପ ୧- ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଗ୍ରୁପ ଏ ବିଜେତା ଏବଂ ଗ୍ରୁପ୍ ବି ଉପବିଜେତା । ଗ୍ରୁପ ୨- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଗ୍ରୁପ ଏ ଉପ ବିଜେତା ଏବଂ ଗ୍ରୁପ ବି ଉପ ବିଜେତା ।