ଟି-୨୦ ବିଶ୍ୱକପ : ପାକିସ୍ତାନକୁ ହରାଇ ଇଂଲଣ୍ଡ ଚାମ୍ପିୟାନ
ମେଲବର୍ଣ୍ଣ : ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ଚାମ୍ପିୟାନ ହୋଇଛି । ମେଲବର୍ଣ୍ଣରେ ଖେଳା ଯାଇଥିବା ମ୍ୟାଚରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ୫ ୱିକେଟରେ ହରାଇ ଦେଇଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ୧୩୮ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା । ଫଳରେ ଇଂଲଣ୍ଡ ଦ୍ୱିତୀୟଥର ପାଇଁ ଟି-୨୦ ୱାର୍ଲ୍ଡକପ ଜିତିବାରେ ସଫଳ ହୋଇଛି । ଏହାପୂର୍ବରୁ ୨୦୦୭ରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇ ଟୁର୍ଣ୍ଣାମେଣ୍ଟ ନିଜ ନାଁରେ କରିଥିଲା । ୨୦୧୬ରେ ଇଂଲଣ୍ଡ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଚାମ୍ପିୟାନ ହୋଇ ପାରିନଥିଲା ।
ରବିବାର ଅନୁଷ୍ଠିତ ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନକୁ ୫ ଓ୍ବିକେଟରେ ହରାଇ ଇଂଲଣ୍ଡ ଟାଇଟଲ ଜିତିଛି । ଇଂଲଣ୍ଡ ଦ୍ବିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ଦଳ ୨୦୧୦ ସଂସ୍କରଣରେ ଟାଇଟଲ ଜିତିଥିଲା । ଏହାଛଡ଼ା ଇଂଲଣ୍ଡ ଏବେ ବିଶ୍ୱର ପ୍ରଥମ ଦଳ ଭାବେ ଏକାସଙ୍ଗେ ଉଭୟ ଦିନିକିଆ (୨୦୧୯) ଓ ଟି-୨୦ ବିଶ୍ବକପ ଟାଇଟଲ ପାଖରେ ରଖିଛି । ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦଳର ଏହି ଡବଲ ବିଶ୍ବକପ୍ ବିଜୟରେ ନାୟକ ସାଜିଛନ୍ତି । ଆଜି ଇଂଲଣ୍ଡ ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲ ଭଳି ବେନ୍ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ପୁଣି ତ୍ରାଣକର୍ତ୍ତା ସାଜି ଦଳ ପାଇଁ ଟ୍ରଫି ନିଶ୍ଚିତ କରିଥିଲେ । ୧୩୮ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ଗୋଟିଏ ଓଭର ବାକି ଥାଇ ହାସଲ କରିନେଇଥିଲା । ଷ୍ଟୋକ୍ସ ୪୯ ବଲରେ ଗୋଟିଏ ଛକା ଓ ୫ଟି ଚୌକା ସହ ଅପରାଜିତ ୫୨ ରନ୍ କରିଥିଲେ । ଅଧିନାୟକ ଜୋସ ବଟଲର ୨୬ ରନ୍ କରିଥିବା ବେଳେ ହ୍ୟାରି ବ୍ରୁକ୍ ୨୦ ଓ ମୋଇନ ଅଲ୍ଲୀ ୧୯ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ହାରିସ୍ ରାଉଫ୍ ୨ଟି ଓ୍ବିକେଟ୍ ନେଇଥିଲେ।
ପାକିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଚ୍ୟାଲେଞ୍ଜିଂ ସ୍କୋର୍ ଛିଡ଼ା କରିବାରେ ବିଫଳ ହୋଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ମାତ୍ର ୧୩୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ପୂର୍ବରୁ ଇଂଲଣ୍ଡ ଅଧିନାୟକ ବଟଲର ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପାକିସ୍ତାନ ଦୃଢ ଷ୍ଟାର୍ଟ କରିଥିଲେ ମଧ୍ୟ ଶେଷ ୧୦ ଓଭରରେ ଦିଗହରା ହୋଇଯାଇଥିଲା । ଦଳ ଶେଷ ୯ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୫୫ ରନ୍ କରିଥିଲା । ଦଳ ପକ୍ଷରୁ ଶାନ୍ ମାସୁଦ୍ ୩୮, ଅଧିନାୟକ ବାବର ୩୨ ଓ ଶାଦାବ୍ ଖାନ୍ ୨୦ ରନ୍ କରିଥିଲେ । ଇଂଲଣ୍ଡ ତରଫରୁ ସାମ କରନ୍ ୩ଟି ଓ୍ବିକେଟ୍ ନେଇଥିଲେ। ଆଦିଲ ରସିଦ୍ ଓ କ୍ରିସ୍ ଜୋର୍ଡାନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ସାମ୍ କରନ୍ ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ପୁରସ୍କାର ପାଇଛନ୍ତି ।
ଇଂଲଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା। ବିସ୍ଫୋରକ ବ୍ୟାଟର ଆଲେକ୍ସ ହେଲ୍ସ ୨ଟି ବଲ୍ ସାମ୍ନାକରି ମାତ୍ର ୧ରନ୍ରେ, ତାଙ୍କ ପରେ ଫିଲ୍ ସଲ୍ଟ ୧୦ ରନ୍ରେ ଆଉଟ ହୋଇଥିଲେ। ଇଂଲଣ୍ଡ ନିଜର ସ୍କୋର ୭ ରନ୍ରେ ପ୍ରଥମ ୱିକେଟ୍ ଓ ୩୨ ରନ୍ରେ ଦ୍ୱିତୀୟ ୱିକେଟ ହରାଇଥିଲା। ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟର ଜୋସ୍ ବଟଲର ମାତ୍ର ୨୬ ରନ୍, ହେରି ବୁକ୍ ୨୦ ରନ୍ କରି ଆଉଟ ହୋଇଥିଲେ। ଇଂଲଣ୍ଡ ୮୪ ରନ୍ କରି ୪ ୱିକେଟ ହରାଇଥିଲା। ଯାହା ପରେ ମ୍ୟାଚ୍ ନିର୍ଣ୍ଣାୟକ ସ୍ଥିତିକୁ ଆସିଯାଇଥିଲା। ପଞ୍ଚମ ୱିକେଟ୍ରେ ବେନ୍ ଷ୍ଟୋକ୍ସ ମୋଇନ୍ ଅଲିଙ୍କ ସହିତ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୪୮ ରନ୍ କରିଥିଲେ। ବେନ୍ ଷ୍ଟୋକ୍ସ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ମୋଇନ୍ ଅଲି ୧୯ ରନ୍ ଓ ଲିଭିଂ ଷ୍ଟୋନ୍ ଅପରାଜିତ ୧ ରନ୍ କରିଥିଲେ। ପ୍ରଥମ ପାଳିରେ ଇଂଲଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବଡ଼ ସ୍କୋର କରିପାରି ନ ଥିଲା। ଶାନ୍ ମସୁଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୮ ରନ୍ ସଂଗ୍ରହ କରିଥିଲେ। ଚମତ୍କାର ବୋଲିଂ ପ୍ରଦର୍ଶନ କରି ଏହି ମ୍ୟାଚ୍ରେ ୩ ୱିକେଟ ନେଇଥିବା ଇଂଲଣ୍ଡର ଅଲରାଉଣ୍ଡର ସାମ୍ କୁରାନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ହୋଇଛନ୍ତି।
ପାକିସ୍ତାନ ଟିମ୍ ୧୯୯୨ର ମ୍ୟାଜିକ୍ ଦୋହରାଇବାରେ ବିଫଳ ହୋଇଛି । ସେହିବର୍ଷ ଏହି ଗ୍ରାଉଣ୍ଡରେ ହିଁ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡକୁ ହରାଇ ଇମ୍ରାନ ଖାନଙ୍କ ପାକିସ୍ତାନ ଚାମ୍ପିୟନ ହୋଇଥିଲା । ବାବର ଆଜମଙ୍କ ଟିମ୍ ଇତିହାସର ପୁନରାବୃତ୍ତି କରିବ ବୋଲି ଦଳର ପ୍ରଶଂସକ ଆଶା କରୁଥିଲେ । କିନ୍ତୁ ଇଂଲଣ୍ଡ ୩୦ ବର୍ଷ ତଳର ସେହି ପରାଜୟର ପ୍ରତିଶୋଧ ନେଇଛି ।