ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍, ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ ଭାରତୀୟ ଖେଳାଳୀ
ମୁମ୍ବାଇ : ଆଜି ଠାରୁ ଭାରତ-ଶ୍ରୀଲଙ୍କା ମଧ୍ୟର ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଲାଯିବ । ସିରିଜ୍ର ପ୍ରଥମ ମ୍ୟାଚ୍ ମୁମ୍ବାଇରେ ୱାଙ୍ଖଡ଼େ ଫିଲ୍ଡରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୫ ତାରିଖ ପୁଣେରେ ଓ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୭ ତାରିଖ ରାଜକୋଟରେ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ରେ ଟିମ୍ ଇଣ୍ଡିଆରେ ଜର୍ସିରେ ପରିବର୍ତନ । ଫଟୋ ଶେୟାର କରି ସୂଚନା ଦେଲେ ସ୍ପିନର ୟୁଜବେନ୍ଦ୍ର ଚହଲ ।
ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନଙ୍କର ଫଟୋଶୁଟ୍ ହୋଇଛି । ଏହାକୁ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି ଚହଲ । ଫଟୋରେ ଚହଲଙ୍କ ସହ ଉମ୍ରାନ ମଲ୍ଲୀକ, ଅର୍ଶଦୀପ ସିଂହ ଓ ମୁକେଶ କୁମାର ଓ ଋତୁରାଜ ଗାୟକ୍ୱାଡ଼ ରହିଛନ୍ତି । ଏମାନେ ସମସ୍ତେ ଏକ ନୂଆ ଜର୍ସି ପିନ୍ଧିଥିବାରୁ ଦେଖିବାକୁ ମିଳିଛି । ଏହି ସିରିଜ୍ରେ ଟିମ୍ ଇଣ୍ଡିଆ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ । ଯେଉଁଥିରେ ସ୍ପନ୍ସର ନାଁ ବି ଲେଖାଥିବା ଦେଖିବାକୁ ମିଳିବ ।
ପୂର୍ବରୁ ଜର୍ସିରେ ବିସିସିଆଇ ଲୋଗୋ ସହ ଏମ୍ପିଏଲ୍ ସ୍ପୋର୍ଡ୍ସର ନାଁ ଲେଖାଯାଉଥିଲା । ହେଲେ ନୂଆ ଜର୍ସିରେ କିଲର ଲେଖାଥିବା ଦେଖିବାକୁ ମିଳିବ । ପୂର୍ବରୁ ଇଣ୍ଡିଆ କିଟ୍ ସ୍ପନ୍ସର ଦାୟିତ୍ୱ ଏମ୍ପିଏଲ୍ ସ୍ପୋର୍ଡ୍ସର ପାଖରେ ରହିଥିଲା । ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ସ୍ପନ୍ସରସିପ୍ ଦାୟିତ୍ୱ ଏହି କମ୍ପାନୀ ପାଖରେ ରହିବାର ଥିଲା । ହେଲେ କମ୍ପାନୀ ଶେଷ ବର୍ଷର ଚୁକ୍ତିକୁ କେୱାଲ କିରନ କ୍ଲଥିଙ୍ଗ ଲିମିଟେଡ୍ କମ୍ପାନୀକୁ ଦେଇ ଦେଇଛି । ଏଥିପାଇଁ କମ୍ପାନୀର ଲୋଗୋ ସହ ଜର୍ସିରେ କିଲର ଲୋଗୋ ବି ଦେଖିବାକୁ ମିଳିବ ।
ଭାରତୀୟ ଦଳ : ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ, ଋତୁରାଜ ଗାୟକ୍ୱାର୍ଡ,ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ୟୁଜୱେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଉମରାନ ମଲିକ, ଶିବମ ମାବୀ ଓ ମୁକେଶ କୁମାର ।