ସୋମବାର ଉତ୍ତରାଖଣ୍ଡରେ ଶପଥ ଗ୍ରହଣ ଉତ୍ସବ, ଦ୍ବିତୀୟ ଥର ପାଇଁ ସରକାର ଗଢିବ ବିଜେପି
ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ
ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆସନ୍ତାକାଲି (ସୋମବାର) ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଏନେଇ ଆସନ୍ତାକାଲି ବିଜପି ପକ୍ଷରୁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇ ଥିବାବେଳେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ ଯୋଗ ଦେବାନେଇ ସୂଚନା ମିଳିଛି । ତେବେ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇନଥିବା ବେଳେ ଆଜି ବସିବ ବୈଠକ ।
ବିଜେପି ରାଜ୍ୟ ସମ୍ପାଦକ ଅଜୟ କୁମାର କହିଛନ୍ତି ଯେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି । କର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ ଦଳ ପୁଣି ବିଜୟୀ ହୋଇ ଶାସନ ଗାଦିକୁ ଫେରିଛି ବୋଲି କହିଛନ୍ତି ଅଜୟ କୁମାର । ଉତ୍ତରାଖଣ୍ଡରେ ବିଜେପି ଲୋକଙ୍କ ହୃହୟ ଜିତିଛି , ଯାହା ନିର୍ବାଚନରେ ପ୍ରତିଫଳିତ ହୋଇଛି । ଏନେଇ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସମସ୍ତ ବିଜୟୀ ବିଧାୟକ ଶପଥ ଗ୍ରହଣ କରିବେ । ଗତକାଲି ରାଜଭବନ ପରେଡ ଗ୍ରାଉଣ୍ଡରେ ଏହି ଉତ୍ସବ ଅନୁଷ୍ଠିତ ହେବ । ସୂଚନା ଯେ, ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ପରେ ଦ୍ବିତୀୟ ଥର ପାଇଁ ରାଜ୍ୟରେ ସରକାର ଗଢିବ ବିଜେପି । ୭୦ ବିଧାନସଭା ଆସନରୁ ବିଜେପି ୪୭ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୯, ବିଏସପି ୨ ଓ ଅନ୍ୟାନ୍ୟ ଦଳ ୨ଟିରେ ବିଜୟୀ ହୋଇଛନ୍ତି ।